ହେଡଲାଇନସ୍:

ଉଚ୍ଚଶିକ୍ଷା ପାଇଁ ଆବେଦନ କରିବାରେ ସାହାଯ୍ୟ କରୁଛି ଡ଼ିଜିଟାଇଡ ସାର୍ଟିଫିକେଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘରେ ବସି ଡାଉନଲୋଡ୍ କରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୯/୦୫/୨୦୨୪: ଚଳିତବର୍ଷ ଛାତ୍ରଛାତ୍ରୀମାନଙ୍କୁ ମ୍ୟାଟ୍ରିକ ସାର୍ଟିଫିକେଟ୍ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡୁ ନାହିାଁ ବର୍ତ୍ତମାନ ଅନଲାଇନରେ ମିଳୁଛି ଡ଼ିଜିଟାଇଡ ସାର୍ଟିଫିକେଟ୍ା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ଅନୁଯାଇ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛତ୍ରୀମାନେ ଫଳ ପ୍ରକାଶନର ସାତ ଦିନ ମଧ୍ୟରେ ନିଜ ନିଜର ଡ଼ିଜିଟାଇଡ ସାର୍ଟିଫିକେଟ୍ ବିନା କୌଣସି ମୂଲ୍ୟରେ ବୋର୍ଡ େଓ୍ୱବସାଇଟ ଏବଂ ହ୍ୱାଟ୍ସଆପ ମାଧ୍ୟମରେ ଡାଉନଲୋଡ୍ କରି ପାରିବୋ
ଡ଼ିଜିଟାଇଡ ସାର୍ଟିଫିକେଟକୁ ନେଇ ଛାତ୍ରଛାତ୍ରୀମାନେ କହିଛନ୍ତି, ଏହା ଗଣଶିକ୍ଷା ବିଭାଗର ଏକ ଉତ୍ତମ ପଦକ୍ଷେପ ଅଟୋ ଏହା ମାଧ୍ୟମରେ ଆମମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନାହିାଁ ଅନଲାଇନରେ ଆମ୍ଭେମାନେ ଘରେ ବସି ନିଜ ଫୋନ ମାଧ୍ୟମରେ ସାର୍ଟିଫିକେଟ ଡାଉନଲୋଡ୍ କରିପାରୁଛୁା ଏହା ସହିତ ଉଚ୍ଚ ଶିକ୍ଷା ପାଇଁ ଆମକୁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିାଁ ଏହାର ଡାଉନଲୋଡ୍ ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ସହଜା ଆଡମିଟ କାର୍ଡରେ ଥିବା ନିଜର ରୋଲ୍ ନମ୍ବର ସହାୟତାରେ ନିଜ ନିଜର ଡିଜିଟାଇଜଡ୍ ମ୍ୟାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ୍ ବୋର୍ଡ େଓ୍ୱବସାଇଟ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଡାଉନଲୋଡ୍ କରି ପାରୁଛୁା ଯାହାଦ୍ୱାରା ଡ଼ିଜିଟାଇଡ ସାର୍ଟିଫିକେଟ୍ ମାଧ୍ୟମରେ ଖୁବ୍ ସହଜରେ ଆମେମାନେ ଉଚ୍ଚ ଶିକ୍ଷା ପାଇଁ ଆବେଦନ ମଧ୍ୟ କରିପାରିବୁା
ଏ ସମ୍ବନ୍ଧୀୟ ସମସ୍ତ ଅସୁବିଧାର ସମାଧାନ ପାଇଁ ବୋର୍ଡ ତରଫରୁ ଏକ ହେଲ¬ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛିା (୦୬୭୧) ୨୪୧୨୦୫୯ / ୨୪୧୨୦୬୦ ନମ୍ବରରେ ସମ୍ପର୍କ କରି ପରୀକ୍ଷାର୍ଥୀ ତଥା ଅଭିଭାବକମାନେ ଡିଜିଟାଲ ସାର୍ଟିଫିକେଟ ସହ ଜଡ଼ିତ ସମସ୍ତ ତଥ୍ୟ ପାଇପାରିବୋ

0
0
0
s2sdefault