ହେଡଲାଇନସ୍:

ତିତଲି ବାତ୍ୟା ପରବର୍ତୀ ଅବସ୍ଥାକୁ ସ୍ୱଚ୍ଛ ଓ ସୁସ୍ଥ ଭାବେ ପୁନଃ ନିର୍ମାଣ ପାଇଁ ସଚେତନତା ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପରବର୍ତ୍ତୀ ସମଗ୍ର ଜିଲ୍ଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିଲା । ସେହି ଅବସ୍ଥାକୁ ସ୍ୱଚ୍ଛ ଓ ସୁସ୍ଥ ଗଜପତି ଭାବେ ଫେରାଇ ଆଣିବା ପାଇଁ ତଥା ପୁନଃସୁନ୍ଦର ଭାବେ ଗଢି ତୋଳିବା ପାଇଁ ମାସ ବ୍ୟାପି ସମଗ୍ର ଜିଲ୍ଲାରେ ବୁଲିବାକୁ ବାହାରି ଥିବା ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଅନୁପମ ସାହା ଏହି ସଚେତନତା ରଥର ଶୁଭାରମ୍ଭ କରି କହିଛନ୍ତି ଯେ ତିତଲି ବାତ୍ୟା ପରେ ପରେ ସମଗ୍ର ଜିଲ୍ଲା ପ୍ରଭାବିତ ହୋଇ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ଲେକମାନେ ଏଭଳି ପରିସ୍ଥିତିରେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯେଭଳି ଅଧିକ ଧ୍ୟାନ ଦେବେ ଏବଂ କୌଣସି ରୋଗ ବ୍ୟାଧି ଯେଭଳି ନହେବ ସେ ଦିଗରେ ଅଧିକ ସଚେତନ କରାଇବା ପାଇଁ ସ୍ୱଚ୍ଛ ଓ ସୁସ୍ଥ ଗଜପତି ପୁନଃ ନିର୍ମାଣ ସଚେତନତା ରଥ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପରିମଳ ବ୍ୟବସ୍ଥା ଓ ସୁସ୍ଥ ଅବସ୍ଥା ଦିଗରେ କାର୍ଯ୍ୟରତ ଜିଲ୍ଲାର ୭ଗୋଟି ବିଭାଗ ଯଥା ସୁସ୍ଥ ପରିମଳ, ଜିଲ୍ଲା ଜୀବିକା ମିଶନ, ପଶୁ ସମ୍ପଦ, ଶିକ୍ଷା ବିଭାଗ, ଓ ମହିଳା ଶିଶୁ ବିଭାଗ ପ୍ରମୁଖ ମିଳିତ ଭାବେ ଏ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ସମନ୍ୱୟ ରକ୍ଷା କରି ଲୋକଙ୍କୁ ସଚେତନ କରାଇବେ ଏବଂ ରୋଗ ବ୍ୟାଧି ଯେଭଳି ନହେବ ସେ ଦିଗରେ ସାହାସ ଓ ସଞ୍ଚାର କରାଇବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳରାଣା, ସିଡିଏମଓ ଡା.ବିପିନ ବିହାରୀ ପାଣିଗ୍ରାହୀ , ଜିଲ୍ଲା ଜଳ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପଶୁ ସମ୍ପଦ ବିଭାଗ ଡିଭିଓ ପ୍ରମୁଖଙ୍କ ସମେତ ବିଭିନ୍ନ ଲାଇନ୍‍ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଜୁ ଯୁବ ବାହିନୀ କର୍ମକର୍ତ୍ତାଗଣ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault