ହେଡଲାଇନସ୍:

ଜାଗୋ ଏକ ଆନ୍ଦୋଳନ :ସୋଆ ଉପସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋଆ ଜାଗୋ ପକ୍ଷରୁ ୟୁନିଫର୍ମ ବଂଟନ

ଭୁବନେଶ୍ୱର: ପ୍ରାୟ ଏକ ଦଶନ୍ଧିରୁ ଉର୍ଧ୍ଵ ସମୟ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ସହିତ ସମାଜର ନିଷ୍ପେସିତ ବର୍ଗର ପିଲାମାନଙ୍କୁ ସମ୍ମାନର ସହ ବଂଚିବାର କଳା ଶିଖାଇବାର ଯେଉଁ ଅହରହ ଉଦମ୍ୟ ଚଳାଇଛନ୍ତି ତାହା କୌଣସି ଆନେ୍ଦାଳନ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।
ସୋଆ କ୍ୟାମ୍ପସ୍ ନିକଟବର୍ତୀ ବସ୍ତିର ପିଲାମାନଙ୍କୁ ସାଧାରଣ ଶିକ୍ଷା ସହିତ କଳାସଂସ୍କୃତି ବିଷୟରେ ପରିମାର୍ଜିତ କରିବାର ପ୍ରୟାସ ୨୦୦୭ ମସିହାରୁ ଜାଗୋ କ୍ଳବ୍ ମାଧ୍ୟମରେ ଜାରି ରଖିଛନ୍ତି ସୋଆ ଛାତ୍ରଛାତ୍ରୀ । ଏହି କ୍ଳବ୍ରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ଶ୍ରୀମତି ଦାସ କହିଛନ୍ତି ।
ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ସୋମବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ୟୁନିଫର୍ମ ବଂଟନ କରାଯାଇଛି । ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦେ୍ଧଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି ।
ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାଗୋର ମେଂଟର ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାୟ ୮୦ ଜଣ କୁନି କୁନି ପିଲାମାନଙ୍କୁ ଜାଗୋ ପକ୍ଷରୁ ୟୁନିଫର୍ମ ବଂଟନ କରିଥିଲେ । ଏହି ଅବସର ରେ ଶ୍ରୀମତି ଦାସ କହିଥିଲେ ଯେ ଜାଗୋ ଏକ ଆନେ୍ଦାଳନ । ତେଣୁ ଏହି କ୍ଳବ୍ ସହିତ ଯୋଡି ହୋଇଥିବା ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷାଲାଭ ସହିତ ସଫଳ ବ୍ୟକ୍ତିରେ ପରିଣତ ହେଲେ ଆମର ଏହି ପ୍ରୟାସ ସାର୍ଥକ ହେବ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସମାଜର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟକରିବା ଉଚିତ୍ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ବିଶ୍ୱବିଦ୍ୟାଳୟ ର ମଧ୍ୟ ଏହି ଦିଗରେ ଅନେକ ଦାୟିତ୍ୱ ରହିଛି । ତେଣୁ ଜାଗୋ ଭଳି କାର୍ଯ୍ୟ ଗୋଟିଏ ଦୃଷ୍ଟିରୁ ସମାଜର ହିତ ଉଦେ୍ଧଶ୍ୟରେ କାର୍ଯ୍ୟ କରେ ବୋଲି ସେ କହିଛନ୍ତି ।ଯେଉଁ ଛାତ୍ରଛାତ୍ରୀମାନେ ଜାଗୋ ସହ ଜଡିତ ଅଛନ୍ତି ସେମାନେ ଭବିଷ୍ୟତରେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଭାବେ ଉଭା ହେବେ ବୋଲି ସେ ବିଶ୍ୱାସ କରନ୍ତି ବୋଲି କୁଳପତି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆଡିସନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାଗୋ ସହ ଜଡିତ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ଜାଗୋର ଫ୍ୟାକଲ୍ଟି କୋର୍ଡିନେଟର ପ୍ରଫେସର ଅନୀତା ପଣ୍ଡା ଜାଗୋ କାର୍ଯ୍ୟ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସୋଆ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ ସାଇନସେସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଟିଇଆର୍ ର କମ୍ପୁ୍ୟଟର ସାଇନସ୍ ବିଭାଗର ମୁଖ୍ୟ ପ୍ରଫେସର ଦେବାହୂତି ମିଶ୍ର ଉପସ୍ଥିତ ଥିଲେ । ଆସିଷ୍ଟାଂଟ ପ୍ରଫେସର ସତୀଶ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault