ହେଡଲାଇନସ୍:

ବିଜେପି ପ୍ରାର୍ଥୀ ଙ୍କ ରୋଡ ସୋ ଯୋଗ ଦେଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର ରୁ ପ୍ରତାପ କୁମାର ପାଢ଼ୀ : ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ସ୍ଥାନରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କ ରୋଡ ସୋ ଅନୁଷ୍ଟିତ ହୋଇ ଯାଇଛି। ଏହି ରୋଡ ସୋ ରେ ଯୋଗ ଦେଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।ସ୍ଥାନୀୟ ବିଦେଇପୁର ରୁ ଶୋଭାଯାତ୍ରା ବାହାରି ବାଲିଆ ପାଳ ଘାଟ ଯାଏଁ ଯାଇ ଥିଲା। ଓଡ଼ିଶା ରେ ବିଜେପି ସରକାର ଗଢିବା ପାଇଁ ଭୋଟର ମାନଙ୍କୁ ମୋଦିଜୀଙ୍କ ଉନ୍ନତିମୂଳକ ଯୋଜନା ବିଷୟରେ ଅବଗତ କରିଥିଲେ ବିଜେପି ନେତା । ଏହି କ୍ରମରେ ବିଜେପି ର ଭୋଟ ବଢାଇବାକୁ ଏବଂ ଭୋଟର ମାନଙ୍କୁ ନିଜ ଦଳ ଆଡ଼କୁ ଆକୃଷ୍ଟ କରିବା ଭାରତ ସରକାର ଙ୍କର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କୁ ବଖାଣିଥିଲେ ବିଜେପି ନେତା। ଭୋଟର ମାନଙ୍କୁ ଆକୃଷ୍ଟ କରି ନିଜ ଦଳ ସପକ୍ଷରେ ଭୋଟ ଆଣିବା ପାଇଁ ଦିନ ରାତି ମାରାଥନ୍ ନିର୍ବାଚନୀ ସଭା ଆରମ୍ଭ କରିଦେଇଛନ୍ତି ବିଜେପି ପ୍ରାର୍ଥୀ। ।

ଏହି ପ୍ରରିପେକ୍ଷି ରେ ବାସୁଦେବପୁର ବିଜେପି ଦଳର ବିଧାନସଭା ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ନିଜର ପ୍ରଚାର ଆରମ୍ଭ କରିଦେଇଥିବା ଦେଖାଯାଉଛି। ଷୋମବାର ଦିନ ଅନୁଷ୍ଟିତ ରୋଡ ସୋ କାର୍ଯ୍ୟ କର୍ମ ନାୟକାନଦିହ୍ ରେ ବିଭିନ୍ନ ସ୍ଥାନ ରେ ଅନୁଷ୍ଟିତ ହୋଇ ଯାଇଛି। ଶହ ଶହ ସଂଖ୍ୟା ରେ ଲୋକ ମାନେ ଉପସ୍ଥିତ ରହି ଥିବାର ଦେଖାଯାଇଛି। ଚଳିତ ନିର୍ବାଚନ ରେ ବାଣୀ କଲ୍ୟାଣ ଓ ଅଭିମନ୍ୟୁ ବିପୁଳ ଭୋଟ ରେ ବାଜି ମାତ କରିବେ ବୋଲି ସମର୍ଥକ ମାନେ କହିଛନ୍ତି। 

0
0
0
s2sdefault