ହେଡଲାଇନସ୍:

ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର: ଡବଲ ପଦ୍ମରେ ଭୋଟ ଦେବା ପାଇଁ ଆହ୍ୱାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳର ବହୁ ପଞ୍ଚାୟତରେ ବିଜେପି ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛି l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଜନସାଧାରଣ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଆଗାମୀ ଦିନରେ ବିଜେପିକୁ ଜିତାଇବା ପାଇଁ ବଜ୍ର ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଜେପି ବିଧାନସଭା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼େଇଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ଵର ତେଲି, ଗୁଜୁରାଟ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଭିକ୍ଷୁ ସିଂଜି ପରମାର ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରି ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡା ବିଜେଡ଼ି ସରକାରକୁ କଟୁ ସମାଲୋଚନା କରିବା ସହିତ ଓଡ଼ିଶାରେ ଏକ ଦୁର୍ନୀତିମୁକ୍ତ, ବିକାଶଶୀଳ ସରକାର ଗଢିବା ପାଇଁ ବିଜେପିକୁ ଡ଼ବଲ ପଦ୍ମରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ସେହିପରି ଭାବେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ଵର ତେଲି, ଗୁଜୁରାଟ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଭିକ୍ଷୁ ସିଂଜି ପରମାର ଯୋଗଦାନ କରି ପ୍ରକାଶ କରିଥିଲେ କି ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଚଲାଉନାହାଁନ୍ତି ବରଂ ଅଫିସର ଚଳାଉଛନ୍ତି ତାହାକୁ ବନ୍ଦ କରି ଓଡ଼ିଶାର ଜନତା ଓଡ଼ିଶାକୁ ଚଳାଇବେ ଯାହାପାଇଁ କେନ୍ଦ୍ର ଓ ରାଜ୍ୟରେ ଡ଼ବଲ ଇଂଜିନ ବିଜେପି ସରକାରର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏହି ରାଲି ନିଶ୍ଚିନ୍ତକୋଇଲି ବଜାରରୁ ବାହାରି ବୁହାଳୋ, ବାଲିଆପଦା, ବନ୍ଧକାଟିଆ, ଜମରା, ତରତ, ଅସୁରେଶ୍ଵର ଓ କେଣ୍ଟାଳ ପଞ୍ଚାୟତ ପରିକ୍ରମା କରିଥିଲା l ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସାଂସଦୀୟ କ୍ଷେତ୍ରର ସହ ସଂଯୋଜକ ସତ୍ୟବାଦୀ ଚଇନୀ, ମାହାଙ୍ଗା ବିଧାନସଭା କ୍ଷେତ୍ରର ସଂଯୋଜକ ସମୀର ସାମଲ, ସ‌ହସଂଯୋଜକ ମୀନକେତନ ଦାସ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦାନ କରିଥିଲେ । ଶେଷରେ କେଣ୍ଟାଳୋ ବଜାର ମାଳିଆ ଛକ ଠାରେ ବିଜେପିର ଏକ ନୂତନ କାର୍ଯ୍ୟାଳୟକୁ ଅତିଥିବୃନ୍ଦ ଉଦ୍‌ଘାଟନ କରିଥିଲେ l

0
0
0
s2sdefault