ହେଡଲାଇନସ୍:

ଅଶୁଘାତ ରେ ବୃଦ୍ଧ। ଙ୍କ ମୃତ୍ୟୁ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଟିକିରି ସ୍ଥିତ ଝୋଡିଆ ସାହିର ମହିଳା ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ମହିଳା ନାମ -ପଅଳା ମାଝି ବୟସ(୫୪) ସ୍ଵାମୀ ଅର୍ଜୁନ ମାଝି । ସୂଚନା ଥାଉକି ପଅଳା ଆଜି ସକାଳୁ ୯ଟା ସମୟରେ ଛେଳି ଚୋରେଇବା ଯାଇଥିଲେ ଏହା ପରେ ଦିନ ୧୨ଟା ସମୟରେ ନିଜ ଘରକୁ ଫେରି ଆସି ରୋଷେଇ ପାଇଁ ବାସନ ନେଇ କୁଅ ନିକଟକୁ ଯାଇଥିଲେ । ଏହା ପରେ ସେଠାରେ ମୁଣ୍ଡ ବୁଲେଇ ପଡି ଯାଇଥିଲେ । ଏହା ପରେ ନିକଟରେ ଥିବା ପଡିସା ଅଡିସା ତୁରନ୍ତ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ଏହା ପରେ ତାଙ୍କୁ ନିକଟସ୍ଥ ଉଷା ପଡା ଉତ୍କଳ ଆଲୁମିନା ମେଡିକାଲ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ଏହା ପରେ ଉଷା ପଡା ଉତ୍କଳ ଆଲୁମିନା ମେଡିକାଲ ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଥିବା କହିଥିଲେ । ଏହାପରେ ନିକଟସ୍ଥ ଟିକିରି ଥାନା କୁ ଜଣାଇଛନ୍ତି । ଘଟଣା ସ୍ଥଳକୁ ଟିକିରି ପୋଲିସ ASI ମନୋଜ କୁମାର ଜେନା ପହଞ୍ଚି ତଦନ୍ତ କରିବା ସହ ସବ ବ୍ୟବଚ୍ଛେଦ ପାଇଁ କାଶିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇ ଯାଇଥିବାର ସୂଚନା ମିଳିଛି। ସୂଚନା ଥାଉକି ପଅଳାଙ୍କ ଗୋଟିଏ ପୁଅ ଓ ୪ଟି ଝିଅ । ୪ଟି ଝିଅ ବିବାହିତ ହୋଇଥିବା ବେଳେ ପୁଅ ଅବିବାହିତ । ଘଟଣା ରେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝି ଓ ସହ ପଞ୍ଚାନନ ସାହୁ , ଟଙ୍କଧର ଝୋଡିଆ ,ପହିଲିମାଝି ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ନେଇ ସରକାରଙ୍କ ତରଫରୁ କିଛିଟା ସହାୟତା ପାଇଁ ଦାବୀ ହେଉଛି।

0
0
0
s2sdefault