ତିନି ପଞ୍ଚାୟତରେ ବିଜେଡି ପକ୍ଷରୁ କର୍ମୀ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ l 

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜମରା, ନରେନ୍ଦ୍ରପୁର, ନଗସପୁର ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜମରା ସରପଞ୍ଚ ବନ୍ଦନାମୟୀ ତ୍ରିପାଠୀ, ନରେନ୍ଦ୍ରପୁର ସରପଞ୍ଚ ନମିତା ରାୟ ଏବଂ ନଗସପୁର ସରପଞ୍ଚ ପୁଷ୍ପଲତା ମଲିକ ଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ୍‌ ପ୍ରତାପ ଜେନା ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ୍ ଦେଇ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ। ସେହିପରି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଜେଡିକୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରୋଜି ସେଠୀ , ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର , ନରେନ୍ଦ୍ର କୁମାର ବାରିକ , ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ମିହିର କୁମାର ମିଶ୍ର, ପଞ୍ଚାୟତ ସଭାପତି ବିନୋଦବିହାରୀ ଚୌଧୁରୀ , ସତ୍ୟଭାମା ନାୟକ , ସମାଜସେବୀ ରାମଚନ୍ଦ୍ର ନାୟକ , ସନ୍ତୋଷ କୁମାର ସିଂହ, କେଶବଚନ୍ଦ୍ର ଲାଲା, ପ୍ରଭାକର ଗୋଛାୟତ , ନିରଞ୍ଜନ ସାହୁ, ଗଙ୍ଗାଧର ସାହୁ , ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ଆଇନଜୀବୀ ଭିକାରୀ ସେଠୀ, ନଗସପୁର ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ଷଢଙ୍ଗୀ, ସମାଜସେବୀ ବିଜ୍ଞାନ ମଲିକ, ସମିତିସଭ୍ୟ ଦେବେନ୍ଦ୍ର ବେହେରା, ଜମରା ପଞ୍ଚାୟତର ଯୁବନେତା ଆଶୁତୋଷ ତ୍ରିପାଠୀ, ସମିତିସଭ୍ୟା ମେନକା ବଳ, ପଞ୍ଚାୟତ ସଭାପତି ସୁଦାମ ଚରଣ ବଳ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ l

0
0
0
s2sdefault