ବିଜେଡିରୁ କନ୍ଧମାଳର ଦୁଇ ଜଣ ବହିଷ୍କୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଜେଡିରୁ କନ୍ଧମାଳର ଦୁଇ ଜଣ ନେତାଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଦଳ ବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅନିମା କହଁର ଓ ଜିଲ୍ଲା ବିଜେଡି ସମ୍ପାଦକ ରାଜେନ୍ଦ୍ର କହଁରଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି |

ସୂଚନାଯୋଗ୍ୟ ଯେ ଅନିମା ହେଉଛନ୍ତି  ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଭଉଣୀ |  ଟିକଟ ଘୋଷଣା ପରେ ଆଶାୟୀ ଥିବା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିରାଶ ହେବ ପରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରୁ ସାଇକଲ ଚିହ୍ନରେ ପ୍ରାର୍ଥୀ ହୋଇଛନ୍ତି | ଅନିମା ବର୍ତ୍ତମାନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅଛନ୍ତି | ସେ ନିଜେ ବି ଟିକଟ ପାଇଁ ଆଶାୟୀ ଥିଲେ ବୋଲି ଚର୍ଚା ହେଉଥିଲା | ବିଜୁ ମହିଳା ଦଳର ସଭାନେତ୍ରୀ ହୋଇ ବି ଅନିମା ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରେ ସହଯୋଗ ନଥିଲା ବୋଲି ଜିଲ୍ଲା ସଂଗଠନ ସୂତ୍ରରୁ ପ୍ରକାଶ | ସେହିପରି ଦେବେନ୍ଦ୍ର ଓ ଅନିମାଙ୍କ ଭାଇ ରାଜେନ୍ଦ୍ର କହଁର ( ଯେ କି ପୂର୍ବରୁ ଫୁଲବାଣୀ ପୌର ସଂସ୍ଥାର ଅଧ୍ୟକ୍ଷ ଥିଲେ)ଙ୍କ ପକ୍ଷରୁ ମଧ୍ୟ ସହଯୋଗ ରହୁନଥିବା ଅଭିଯୋଗ ହୋଇ ଆସୁଥିଲା |  

Image

0
0
0
s2sdefault