ହେଡଲାଇନସ୍:

ଭାରତୀୟ ଜନତା ପାର୍ଟି ରୁ ଗୁଣୁପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ତ୍ରିନାଥ ଗମାଙ୍ଗ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଗୁଣୁପୁର ଜଗନ୍ନାଥ ମନ୍ଦିର ରେ ଜଗନ୍ନାଥ ଙ୍କୁ ପୂଜା କରିବା ପରେ ଶତାଧିକ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଙ୍କୁ ଧରି ବାହାରି ଥିଲେ |

ଏହି ଶୋଭାଯାତ୍ରା ପୁରୁଣା ବସ ଷ୍ଟାଣ୍ଡ ନୂଆ ବସ ଷ୍ଟାଣ୍ଡ ବାଇପାସ ଛକ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ଥିଲେ |ଏହି ଶୋଭାଯାତ୍ରା ରେ ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ, ସଂଯୋଜକ ପ୍ରମୋଦ କୁମାର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ ଗଣପତି , ଉପେନ୍ଦ୍ର ଭଟ୍ଟ, ଅମର ସାହୁ ,ସତ୍ୟ ସୁନ୍ଦର କର ,ଉତ୍ତରା ସାହୁ, ବିଦ୍ୟା ଶବର, ବାପି ସାହୁକାର, ବନମାଳୀ ଗମାଙ୍ଗ, ଜୟଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

ଗୁଣୁପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୁଶ୍ରୀ କିରନଦୀପ କୌର ଙ୍କୁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ଏବଂ ଓକିଲ ଇନ୍ଦ୍ରାକ୍ଷୀ ଦାସ ହିମାକାନ୍ତ ମହାପାତ୍ର ଉପସ୍ଥିତ ରହି ନାମାଙ୍କନ ପତ୍ର ଦାଖଲ କରିଥିଲେ |

 

0
0
0
s2sdefault