ହେଡଲାଇନସ୍:

ସମ୍ବଲପୁର ଲୋକସଭା ବିଜେଡି ହାରିବା ଭୟରେ ମିଥ୍ୟା ତଥ୍ୟର ଆଶ୍ରୟ ନେଉଛି : ଅନିଲ ବିଶ୍ୱାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,ତା.୧୯/୦୪: ସମ୍ବଲପୁର ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ତଥା ତାଙ୍କ ଦଳର ସଂଗଠନ ସାଧାରଣ ସମ୍ପାଦକ ବିପୁଳ ଭୋଟରେ ହାରିବା ସୁନିଶ୍ଚିତ ଜାଣି ସେହି ଭୟରେ ଗତକାଲି ଏକ ଭୁଲ୍ ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପକାଇଥିଲେ । ୨୦୨୧ ମସିହାର ଏକ ପୁରୁଣା ଫଟୋକୁ ଇଂଟରନେଟ୍‌ରୁ ଡାଉନଲୋଡ କରି ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ମିଥ୍ୟା ଅଭିଯୋଗ କରିବା ଆଦର୍ଶ ଆଚରଣ ବିଧିର ଉଲଘଂନ । ଆଜି ମଧ୍ୟ ବିଜୁ ଜନତା ଦଳର ଜଣେ ରାଜ୍ୟସଭା ସାଂସଦ ସେହିଭଳି ମିଥ୍ୟା ଅଭିଯୋଗ ଆଣିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ପ୍ରତି ବିଜେଡିର ଭୟକୁ ପ୍ରମାଣିତ କରୁଛି । ବିଜୁ ଜନତା ଦଳ ଯେତେ ମିଥ୍ୟା ଅଭିଯୋଗ କଲେ ବି ଓଡିଶା ଲୋକ ଏଥର ରାଜ୍ୟରେ ସରକାର ପରିବର୍ତନ କରିବେ । ଏନଏଚ-୫୫ର କାମ ୮୩% ସରିସାରିଛି । ଯେଉଁଠି କାମ ବିଳମ୍ବିତ ହୋଇଛି ସେଥିପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣରେ ବିଳମ୍ବିତ କରିବା ହିଁ ମୁଖ୍ୟ କାରଣ । “ସବୁ କେନ୍ଦ୍ରର ଦୋଷ”ର ପୁରୁଣା ଗୀତ ଆଉ ବିଜୁ ଜନତା ଦଳ ଯେତେ ଗାଈଲେ ବି ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ରାଜ୍ୟସଭା କ୍ଷେତ୍ରରେ ପରାଜୟରୁ ବର୍ତିପାରିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡିଶାରେ ଗତ ୧୦ବର୍ଷ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଫଳରେ ସାଢ଼େ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କେବଳ ଭିତିଭୂମି କ୍ଷେତ୍ରରେ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୦ବର୍ଷର ମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇପାରିଛି, ଯାହା ଓଡ଼ିଶାରେ ଏକ ବୃହତ ପୁଞ୍ଜିନିବେଶ । ବରଗଡରେ ଇଥେନାଲ ପ୍ଲାଂଟ, ବଲାଙ୍ଗିରିରେ ବୃହତ ବଟଲିଙ୍ଗ୍ ପ୍ଲାଂଟ ସ୍ଥାପନା ହୋଇପାରିଛି । ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୫୫ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ଏସ୍‌ଡିଆଇ, ଏନ୍‌ଏସ୍‌ଟି ଭଳି ଦୁଇଟି ବିଶ୍ୱସ୍ତରୀୟ ସ୍କିଲିଂ ପ୍ରତିଷ୍ଠାନ ଆଜି ଓଡ଼ିଶାରେ ସ୍ଥାପନା ହୋଇଛି । ସ୍କିଲ ମନ୍ତ୍ରଣାଳୟର ଦାୟିତ୍ୱରେ ଥିôବା କାରଣରୁ ଓଡ଼ିଶାର ୮ଲକ୍ଷ ଯୁବକଯୁବତୀଙ୍କର ତାଲିମ ପାଇବା ସମ୍ଭବ ହୋଇପାରିଛି । ସମ୍ବଲପୁର ଆଇଆଇଏମ୍‌ର ପ୍ରତିଷ୍ଠା, ବ୍ରହ୍ମପୁର ଆଇଜର୍‌ର ନୂଆ ଅତ୍ୟାଧୁନିକ କ୍ୟାମ୍ପସ ପ୍ରତିଷ୍ଠା ସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ଭବ ହୋଇଛି । ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ୧୨ହଜାର କୋଟି ଟଙ୍କାର ପୁଞ୍ଜୀନିବେଶ କରାଇ ଏହାକୁ ଏସିଆର ଅନ୍ୟତମ ବୃହତମ ଷ୍ଟିଲ୍ ପ୍ଲାଂଟର ମାନ୍ୟତା ଦେବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା, ପାଇକ ସଂଗ୍ରାମର ମାନ୍ୟତା, ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଦରବାରରେ ପହଂଚାଇବା ପଛରେ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ପ୍ରଚେଷ୍ଟା ଓ ଅବଦାନ ରହିଛି ।

0
0
0
s2sdefault