ହେଡଲାଇନସ୍:

ବିଧାୟକ ପ୍ରାର୍ଥୀ ଦେବେଶ ଓ ସାଂସଦ ପ୍ରାର୍ଥୀ ପରିଣୀତା ଙ୍କ ନାମାଙ୍କନ ପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦ ହଜାର ରୁ ଉର୍ଦ୍ଧ୍ବ ସମର୍ଥକ ହେଲେ ସାମିଲ

ବରଗଡ଼: ବରଗଡ଼ ବିଧାୟକ ପ୍ରାର୍ଥୀ ଯୁବନେତା ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ର ୨୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନିରନ୍ତର ଜନ ସଂପର୍କ ଆଜି ବ୍ୟାପକ ଜନ ସମର୍ଥନ ରେ ପରିଣତ ହୋଇ ଥିବା ଦେଖିବାକୁ ମିଳିଛି । ତେବେ ସମର୍ଥକଙ୍କ ମଧ୍ୟରେ ଦେବେଶଙ୍କ ମାନିଆ ରେ ବିରୋଧୀ ଛାନିଆ ଭଳି ମନେ ହେଉଥିଲା । ବିଜେଡି ସମର୍ଥକଙ୍କ ଭିଡରେ ବରଗଡ଼ରେ ଅଦିନିଆ ଧନୁଯାତ୍ରା ଭଳି ମନେ ହେଉଥିଲା ।ଯୋଡ଼ି ଶଙ୍ଖ ବାଦ୍ୟ ଓ ଆମ ଅଞ୍ଚଳର ପାରମ୍ପରିକ ଲୋକ ବାଦ୍ୟ ସହିତ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଥିବାବେଳେ ଏହି ଅବସରରେ ରାଜ୍ୟ ବିଜେଡି ଉପସଭାପତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରୀତା ସାହୁ, ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର , ବିଜେଡି ବରିଷ୍ଠ ନେତା ଅଚ୍ୟୁତାନନ୍ଦ ମହାପାତ୍ର, ଯୁବନେତା ସୁଶାନ୍ତ ମିଶ୍ର ଟାଉନ ବିଜେଡି ସଭାପତି କିଶୋର ମିଶ୍ର , ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ,ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପୌରାଧ୍ୟକ୍ଷା କଳ୍ପନା ମାଝୀ , ଅନୁରାଧା ଅଗ୍ରୱାଲ ଉପନଗର ପାଲ ରାଜେଶ ଅଗ୍ରୱାଲ, ଯୁବନେତା ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ବରଗଡ଼ ଯୁବ ବିଧାୟକ ଦେବେଶଙ୍କ ସ୍ୱଚ୍ଛ ବ୍ୟକ୍ତିତ୍ବ ଓ ବ୍ୟାପକ ଜନ ସଂପର୍କ ଏହି ଶୋଭା ଯାତ୍ରାରେ ବ୍ୟାପକ ଜନ ସମର୍ଥନରେ ଆଜି ପ୍ରତିଫଳିତ ହୋଇଥିଲା । ରାଜ୍ୟର ପ୍ରଗତି ପାଇଁ ଲୋକେ ରାଜ୍ୟରେ ପୁଣିଥରେ ନବୀନ ସରକାର ଓ ବରଗଡ଼ ବିଧାୟକ ଦେବେଶ ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ରଙ୍କୁ ବିପୁଳ ସମର୍ଥନ ପାଇଁ ମନସ୍ଥ କରି ସାରିଥିବା ଏହି ଶୋଭାଯାତ୍ରାରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ବରଗଡ଼ ସହରର ପ୍ରତି ୱାର୍ଡରୁ ଶହ ଶହ ସଂଖ୍ୟାରେ ସମର୍ଥକ ବାଜା ସହିତ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିବା ବେଳେ ପ୍ରତି ପଞ୍ଚାୟତ ଓ ପ୍ରତି ଗ୍ରାମରୁ ନିଜ ପ୍ରିୟ ବିଧାୟକ ଦେବେଶ ଙ୍କୁ ସମର୍ଥନ ଜଣାଇବା ପାଇଁ ହଜାର ହଜାର ସଂଖ୍ୟାରେ ଛୁଟି ଆସିଥିଲେ । ତେବେ ପ୍ରବଳ ଗ୍ରୀଷ୍ମ ତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଉପସ୍ଥିତି ଓ ସମର୍ଥନରେ ଭାବ ବିହ୍ବଳ ହୋଇ ଶ୍ରୀ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ ଶୋଭା ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ମାଆ ,ମାଉସୀ ଗୁରୁଜନ ,ଶୁଭେଚ୍ଛୁ ଓ ବିଜେଡି କର୍ମୀ ତଥା ସମର୍ଥକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଜିର ଏହି ଅବିସ୍ମରଣୀୟ ଉପସ୍ଥିତି ଓ ସମର୍ଥନ ପାଇଁ ବରଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କ ପାଖରେ ଚିର ରୁଣୀ ରହିବେ ବୋଲି ଉଲ୍ଲେଖ କରି ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ କୁ ଆହୁରି ଦୃଢ଼ କରିବା ପାଇଁ ଡବଲ ଶଙ୍ଖ ଅର୍ଥାତ୍ ଗୋଟିଏ ବିଧାୟକ ପ୍ରାର୍ଥୀ ପାଇଁ ଶଙ୍ଖ ଚିହ୍ନରେ ଓ ଆଉ ଗୋଟିଏ ଏମ.ପି ପ୍ରାର୍ଥନୀ ପାଇଁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ ।

0
0
0
s2sdefault