ହେଡଲାଇନସ୍:

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଗୁଣପୁର ଗସ୍ତ ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :୦୨-୦୫-୨୦୨୪ରିଖ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଗୁଣପୁର ଗସ୍ତରେ ଆସି ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଠାରେଉପ ନିର୍ଦ୍ଦେଶକ ଭାବେ ଯୋଗଦାନ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ସୂଚନା କେନ୍ଦ୍ର ଓ ପାଠଗରରେ ମହଜୁଦ ଥିବା ବହି, କ୍ୟାସବୁକ ତନଖି କରିଥିଲେ, ସେହିପରି ପାଠାଗାର ପରିସରରେ ଆୟୋଜିତ ନିର୍ବାଚନୀ ପ୍ରଦର୍ଶନୀ କେନ୍ଦ୍ର ବୁଲି ଦେଖିଥିଲେ । ନିର୍ବାଚନୀ ସମ୍ବନ୍ଧୀୟ ସମସ୍ତ ସୂଚନା, ପୂର୍ବ ନିର୍ବାଚନ ଗୁଡିକର ଫୋଟ, ଇଭିଏମ, ଭିଭିପାଟ, ପୁରୁଣା ବେଲଟ ବକ୍ସ, ଲଣ୍ଠନ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଦସ୍ତଖତ ବୋର୍ଡ଼ରେ ଦସ୍ତଖତ କରିବା ସହ ସେଲଫି ନେଇଥିଲେ । ପୂର୍ବରୁ ଶ୍ରୀ ମହାପାତ୍ର ପ୍ରଦର୍ଶନୀ ଅଧିକାରୀ, ନିର୍ବାଚନ ବିଭାଗ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଯୋଗୁଁ ଆଜିର ପ୍ରଦର୍ଶନୀ ଦେଖି ଭୁୟସୀ ପ୍ରଶଂସା କରିଥିଲେ ।
ଉପ ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଅନନ୍ତ ପାତ୍ର ଉପସ୍ଥିତ ଥିଲେ ।

 

0
0
0
s2sdefault