ହେଡଲାଇନସ୍:

ଟିକେଟ ପାଇବା ପରେ ମହାପ୍ରଭୁ ନୃସିଂହନାଥ ଓ ମାଁ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃ ମଣ୍ଡଳୀ ଙ୍କୁ ଜଣାଇଲେ କୃତଜ୍ଞତା 

ବରଗଡ଼ :- ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ପଞ୍ଚମ ପର୍ଯ୍ୟାୟରେ ଘୋଷଣା କରିଥିବା ପ୍ରର୍ଥୀ ତାଲିକାରେ ରହିଛି ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଗତ 22 ଉପନିର୍ବାଚନ ପରେ ଦଳ ଓ ଦଳର ସୁପ୍ରମୋ ଶ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଏକ ଅଣ ସଂରକ୍ଷିତ ଆସନ ରୁ ପାଞ୍ଚ ଥର ବିଧାୟକ ହୋଇଥିବା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ସୁପୁତ୍ରୀ , ବିଧାୟିକା ବର୍ଷା ସିଂ ବରିହା ଙ୍କର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅଜି ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଦ୍ୱାରା ତାଙ୍କର ନାମ ଘୋଷଣା କରାଯିବା ପରେ , ବିଧାୟିକା ପ୍ରଥମେ ନିଜର ସ୍ବର୍ଗତ ପିତା ଓ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ଙ୍କର ଫୋଟୋ ରେ ମାଲତର୍ପଣ ପରିବା ପରେ ନିଜର ମାତା ଙ୍କର ଆଶୀର୍ବାଦ ଓ ଉପସ୍ଥିତ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ବିଧ୍ୱୟିକା ପବିତ୍ର ନୃସିଂହନାଥ ପୀଠରେ ବିରାଜମାନ ମାଁ ବିନ୍ଧ୍ୟବସିନୀ ଙ୍କର ମନ୍ଦିର ଯାଇ ପୂଜାଚନା କରି ମାଁ ଙ୍କର ମନ୍ଦିର ପରିକ୍ରମା ଜାରି ତାଙ୍କର ଆଶୀର୍ବାଦ ଭିକ୍ଷା କରିବା ସହିତ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ଙ୍କର ଡ୍ରଜ଼ହଁ କରିଥିଲେ । ଭି ଅବସରରେ ଅନୁଷ୍ଠିତ ପୂଜା ବିଧି କୁ ଶ୍ରୀ ଶ୍ରୀ ନୃସିଂହନାଥ ନନ୍ଦିର ର ପୁହକ ମନେ ସମ୍ପାଦନ କରିଥିବା ବେଳେ , ବିଶାୟିକା ଙ୍କର ସହିତ ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ରାଜୁ ଘିବେଲା , ପଦ୍ମପୁର ବିଧାୟିକା ଙ୍କର ପ୍ରତିନିଧି ଶ୍ରୀ ପ୍ରଶାନ୍ତ ମହାନ୍ତି, ଶ୍ରୀ ହୃଦାନନ୍ଦ ବାରିକ , ଶ୍ରୀ ଗୌତମ ସିଂ , ବିଂଝାଲ ସମାଜ ର ସମ୍ପାଦକ ଦେବରାଜ ସିଂ ବରିହା , ପୂର୍ବତନ ପ୍ରଶାସକ ଓ ବିଜୁ ଜନତା ଦଳର ପାଇକମାଲ ସଭାପତି ଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଠାକୁର ଦର୍ଶନ କରିବା ସହିତ ଦଳୀୟ ନେତୃ ମମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ମଧ୍ୟ ଦଳୀୟ ନେତୃ ମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହିତ , ଗତ ଏକ ବର୍ଷ ଭିତରେ ଅଂଚଳ ରେ ହୋଇଥିବା ଉନ୍ନୟନ ମୂଳକ କାର୍ୟ୍ଯ , ରାଜ୍ୟ ସରକାର ନଜର ଲୋକାଭିମୁଖୀ ଯୋଜନା , କୁ ନେଇ ପୁନର୍ବାର ଲୋକଙ୍କ ପଖାଲୁ ଯାଇ ଲୋକଙ୍କ ଆଶିର୍ବାଦ ଭିକ୍ଷା କରିବେ ବୋଲି କହିଥିଲେ ବିଧାୟିକା ।।

0
0
0
s2sdefault