ହେଡଲାଇନସ୍:

୨ୟଦିନରେ ୭ଜଣ ବିଧାନ ସଭା ଓ ୨ ଜଣ ପ୍ରାର୍ଥୀ ଲୋକସଭା ଆସନ ପାଇଁ ଭରିଲେ ନାମାଙ୍କନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ରାଉରକେଲା :(ବସନ୍ତ କୁମାର ଜେନା):   ସାଧାରଣ ନିର୍ବାଚନ ୨୦୨୪  ନିମନ୍ତେ  ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୨ୟ ଦିନରେ  ବିଧାନ ସଭା ପାଇଁ ୭ ଜଣ  ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ  କରି ଥିବା ବେଳେ ଲୋକସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l

ଆଜି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଶଂକର ଓରାମ, ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ  ବିଜେପିର ଦିଲିପ ରାୟ , ରଘୁନାଥପାଲି ପାଇଁ ବହୁଜନ ସମାଜବାଦୀ ଦଳର ରଂଜନ କୁମାର ତନ୍ତୀ ଓ ବିଜେପି ଦଳର ଦୁର୍ଗା ଚରଣ ତନ୍ତୀ  ପ୍ରାର୍ଥୀପତ୍ର ଦାଖଲ କରି ଛନ୍ତି l ସୁନ୍ଦରଗଡ  ନିର୍ବାଚନ ମଣ୍ଡଳୀ  ପାଇଁ ଦେବେନ୍ଦ୍ର କୁମାର ଭିତରିଆ,  ରାଜଗାଂଗପୁର ପାଇଁ ଏସୟୁସିଆଇ ଦଳର ଲେଓନି ତିର୍କୀ ଓ ବଣାଇ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ତଲସରା ନିର୍ବାଚନ ମଣ୍ଡଳୀ ପାଇଁ ଆଜି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି l

ସେହିପରି  ସୁନ୍ଦରଗଡ ଲୋକସଭା ଆସନ ପାଇଁ  ଏସୟୁସି ଆଇ ଦଳର ଜଷ୍ଟିନ ଲୁଗୁନ ଓ  ନିର୍ଦଳୀୟ ପ୍ରାର୍ଥୀ ଜଗବନ୍ଧୁ ଓରାମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l

ସୂଚନା ଯୋଗ୍ୟ ଯେ ମେ ୩ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି l ମେ ୪ ନାମାଙ୍କନ ପତ୍ର ଯାଚ କରାଯିବ l ମେ ୬ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ସହ ଚୂଡାନ୍ତ ତାଲିକା ପ୍ରକାଶିତ କରାଯିବ l

0
0
0
s2sdefault