ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବିଜୟୀ କରିବାକୁ ଶପଥ l
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ବିକାଶପୁରୁଷ, ଦୃଢ ସଂଗଠକ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଆସ୍ଥା ଓ ଭରସା ପ୍ରକଟ କରି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧକାଟିଆ, ନଗସପୁର, ଝାଡେଶ୍ୱରପୁର ପଞ୍ଚାୟତର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କ ଏକାନ୍ତ ଅନୁଗତ ଶତାଧିକ ବିଜେପି କର୍ମୀ ବିଜେପି ଦଳ ଛାଡି ବିଜେଡ଼ିରେ ଯୋଗଦାନ କରିଛନ୍ତି l ଏହି ପ୍ରରୀପେକ୍ଷୀରେ ସୋମବାର ରାତ୍ରରେ ନିଶ୍ଚିନ୍ତକୋଇଲି ତହସିଲ ଛକ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନରେ ଅନୁପ୍ରାଣିତ ହୋଇ ବରିଷ୍ଟ ବିଜେପି ନେତା ବିଜୟ ମହାପାତ୍ର ଙ୍କ ଏକାନ୍ତ ଅନୁଗତ ବିଜେପି କର୍ମୀ ବାପୁ ଭୂୟାଁ, ସୁରେଶ ତ୍ରିପାଠୀ, ନିର୍ମଳ ସିଂ, ପ୍ରତାପ ସେଠି, ଜୟରାମ ନାୟକ ଙ୍କ ସମେତ ତିନୋଟି ପଞ୍ଚାୟତର ଶତାଧିକ ବିଜେପି କର୍ମୀ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ମିଶିଛନ୍ତି l ଏହି ଅବସରରେ ବିଧାୟକ ପ୍ରତାପ ଜେନା ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପ୍ରକାଶ କରିଥିଲେ l ସେହିପରି ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ କର୍ମୀ ଆଗାମୀ ନିର୍ବାଚନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ପଞ୍ଚାୟତର ବିକାଶକୁ ଦୁଇ ଗୁଣିତ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ଦଳ ମାହାଙ୍ଗାରେ ସେତେ ଦୁର୍ବଳ ହେବାରେ ଲାଗିଛି l ଏପରିକି ବରିଷ୍ଟ ରାଜନୀତିଜ୍ଞ ମାନଙ୍କ କହିବା ମୁତାବକ ଆଗାମୀ ନିର୍ବାଚନରେ ବିଧାୟକ ପ୍ରତାପ ଜେନା ଙ୍କ ଦୃଢ଼ ସଂଗଠନ ଏବଂ ଵିକାଶମୂଳକ କାର୍ଯ୍ୟ ହିଁ ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରାଇବ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, କୃଷକ ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ଭୁପତି ଭୁଷଣ ଷଣ୍ଢ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।