ହେଡଲାଇନସ୍:

ହିଣ୍ଡାଲକୋର ପ୍ରୋଜେକ୍ଟ ଜ୍ଞାନାର୍ଜନ ପ୍ରବେଶିକା ପରୀକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ତାଲିମ ଦେଉଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ, ହୀରାକୁଦ ଓଡ଼ିଶାରେ ‘ଜ୍ଞାନାର୍ଜନ ପ୍ରୋଜେକ୍ଟ’ ଶୁଭାରମ୍ଭ କରିଛି । ମୂଳତଃ ପଞ୍ଚମ ଓ ଦଶମ ଛାତ୍ର ଛାତ୍ରୀଙ୍କୁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନଗୁଡିକରେ ନାମ ଲେଖାଇବା ନିମନ୍ତେ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାଗୁଡିକରେ ସଫଳତା ହାସଲ ଦିଗରେ ସମର୍ଥ କରାଇବାକୁ ବିଜ୍ଞାନ, ଗଣିତ ଏବଂ ଇଂରାଜୀ ଆଦି ଜଟିଳ ମନେ କରାଯାଉଥିବା ବିଷୟଗୁଡିକରେ ତାଲିମ ପ୍ରଦାନ କରୁଛି । ଏହା ସେମାନଙ୍କୁ ବିବିଧ ବୃତ୍ତିଗତ ଶିକ୍ଷା ପାଠ୍ୟକ୍ରମରେ ସମାନ ପ୍ରବେଶିକା ପରୀକ୍ଷାରେ ଉତ୍ତର ଦେବା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଛି ।
ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ବୁର୍ଲାର ଆଲୋକ ସହିତ ସହଯୋଗିତାରେ ‘ଜ୍ଞାନାର୍ଜନ’ ସାଇ ୱର୍ଲଡ ସ୍କୁଲ, ହୀରାକୁଦ ଏବଂ ସରକାରୀ ନୋଡାଲ ହାଇସ୍କୁଲ, ମହମ୍ମଦପୁର ଠାରେ ନିଜର ଶିକ୍ଷା କେନ୍ଦ୍ର ସ୍ଥାପନ କରିଛି । ଉଲ୍ଲେଖନୀୟ ଯେ ବଞ୍ଚିତ ବର୍ଗର ଅଧିକାଂଶ ଛାତ୍ର ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଆଦି ଭଳି ସୁପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାର ଆକାଂକ୍ଷା ରଖୁଛନ୍ତି । ଜ୍ଞାନାର୍ଜନ ସେମାନଙ୍କୁ ଏହିଭଳି ବିଦ୍ୟାଳୟଗୁଡିକର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବଶ୍ୟକ ଜ୍ଞାନ ଓ କୁଶଳତାରେ ସଜ୍ଜିତ କରୁଛି । ପ୍ରାରମ୍ଭରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଅତିରିକ୍ତ କୋଚିଂ କ୍ଲାସ୍‍ ଯୋଗାଇ ଦିଆଯାଉଥିବାବେଳେ ଏହା ସମ୍ପ୍ରତି ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରିଛି । ସେମାନଙ୍କୁ ଆଦ୍ୟ ପର୍ଯ୍ୟାୟରେ ଉଚ୍ଚରୁ ଉଚ୍ଚତର ସୋପାନକୁ ଉଠିବା ସକାଶେ ଏହା ସେମାନଙ୍କୁ ପ୍ରସ୍ତୁତ କରୁଛି ।
ଏହାର ପାଠ୍ୟକ୍ରମ ଅତ୍ୟନ୍ତ ଭଲ ଭାବରେ ଡିଜାଇନ କରାଯାଇଛି, ଯାହା ବିଜ୍ଞାନ, ସମାଜ ବି୍‍ଞାନ, ଗଣିତ, ଇଂରାଜୀ ଏବଂ ଓଡ଼ିଆ ଭଳି ବିଷୟଗୁଡିକ ପରିଚାଳନା କରୁଛି । ବିଜ୍ଞାନ, ଗଣିତ ଏବଂ ଇଂରାଜୀ ବିଷୟରେ ସ୍ୱତନ୍ତ୍ର ପ୍ରତିକାରମୂଳକ କ୍ଲାସ ଦଶମ ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଇ ଦିଆଯାଉଛି । ବ୍ୟାପକ ମୂଲ୍ୟାୟନ ଏବଂ ସକ୍ରିୟ ଅଭିଭାବକ ସଂପୃକ୍ତି ଏହା ସୁନିଶ୍ଚିତ କରୁଛି ଯେ ଛାତ୍ର ଛାତ୍ରୀ ଆବଶ୍ୟକ ସମର୍ଥନ ଏବଂ ମାର୍ଗଦର୍ଶନ ଲାଭ କରି ସେମାନଙ୍କର ଶିକ୍ଷାଗତ ଯାତ୍ରାରେ ସଫଳତାର ସହିତ ଆଗକୁ ବଢିବେ ।
ଶ୍ରୀ କୈଳାସ ପାଣ୍ଡେ, ହିଣ୍ଡାଲକୋ ବିଜିନେସ୍‍ ହେଡ, ମାଇନିଂ ଓ କ୍ଲଷ୍ଟର ହେଡ୍‍-ସମ୍ବଲପୁର କହିଛନ୍ତି, “ଜ୍ଞାନାର୍ଜନ ପ୍ରୋଜେକ୍ଟ ଶିକ୍ଷାଗତ ସଶକ୍ତିକରଣ ଏବଂ ଗୋଷ୍ଠୀର ପ୍ରଗତି ନିମନ୍ତେ ହିଣ୍ଡାଲକୋର ଉତ୍ସର୍ଗୀକୃତ କାର୍ଯ୍ୟର ଏକ ନିଦର୍ଶନ ହୋଇଛି । ଛାତ୍ର ଛାତ୍ରୀଙ୍କୁ ଆବଶ୍ୟକ ଜ୍ଞାନ, କୁଶଳତା ଏବଂ ସମର୍ଥନରେ ସୁସଜ୍ଜିତ କରିବା ଜରିଆରେ ଆମେ ଛାତ୍ର ଛାତ୍ରୀଙ୍କୁ ବଡ କରିବାର ସ୍ୱପ୍ନ ଦେଖିବା ଏବଂ ସେମାନଙ୍କ ଆଗ୍ରହକୁ ନେଇ ଆଗକୁ ବଢିବାକୁ ଉତ୍ସାହିତ କରୁଛୁ । ଶିକ୍ଷାଗତ ଦିଗରୁ ଊଦ୍ଧ୍ୱର୍ରେ ଏହି ପ୍ରକଳ୍ପ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାକୁ ପ୍ରବନ୍ଧ ଲିଖନ, ତର୍କ, ଗୀତ, ନୃତ୍ୟ ଏବଂ ପ୍ରଶ୍ନୋତ୍ତରୀ ଆଦି ଅତିରିକ୍ତ କାର୍ଯ୍ୟକଳାପ ଏବଂ ଜଟିଳ ଚିନ୍ତନ ଉପରେ ଗୁରୁତ୍ୱ ଦେଉଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଚିଡିଆଖାନା ଏବଂ ହୀରାକୁଦ ଡ୍ୟାମ୍‍ ଆଦି ସ୍ଥାନକୁ କ୍ଷେତ୍ର ପ୍ରଦର୍ଶନସ୍ତରୀୟ ଗସ୍ତ ଅନନ୍ୟ ଅନୁଭୂତି ପ୍ରଦାନ କରୁଥିବାବେଳେ ଯୋଗ ଅଧିବେଶନ ଶାରୀରିକ ଏବଂ ମାନସିକ କଲ୍ୟାଣକୁ ପ୍ରୋତ୍ସାହିତ କରୁଛି ।”
ଶ୍ରୀମତୀ କରିସ୍ମା ବାଗ୍‍, ହୀରାକୁଦର ଜଣେ ଅଭିଭାବକ ହିଣ୍ଡାଲକୋ ଦ୍ୱାରା ‘ଜ୍ଞାନାର୍ଜନ ପ୍ରୋଜେକ୍ଟ’ ଅଧୀନରେ ଯୋଗାଇ ଦିଆଯାଉଥିବା ମାଗଣା କୋଚିଂ ପାଇଁ ନିଜର କୃତଜ୍ଞତା ଜଣାଇଥିଲେ । ଏହା ତାଙ୍କ ଝିଅର ଶିକ୍ଷାଗତ ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଆଣିଛି । ଡଃ. ମୁରଲୀଧର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମ୍ବଲପୁର, ହିଣ୍ଡାଲ୍‍କୋକୁ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରିବା ଏବଂ ତଦ୍ୱାରା ସେମାନଙ୍କର ଶିକ୍ଷାଗତ ସଫଳତାକୁ ପ୍ରୋତ୍ସାହିତ କରିବା ପ୍ରୟାସକୁ ପ୍ରଶଂସା କରିଥିଲେ । ଡଃ. ଋାମ ନରେଶ ମହାଲିଙ୍ଗ, ରସାୟନ ବିଜ୍ଞାନ ପ୍ରାଧ୍ୟାପକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ମାଗଣା ପ୍ରତିକାରମୂଳକ କ୍ଲାସ୍‍ ଆୟୋଜନ, ଅନ୍ତର୍ଭୁକ୍ତିକୁ ପ୍ରେରିତ କରିବା ଏବଂ ଶିକ୍ଷାଗତ ପାର୍ଥକ୍ୟ ଦୂର କରିବା ଦିଗରେ ହିଣ୍ଡାଲକୋର ପ୍ରୟାସକୁ ସାଧୁବାଦ ଜଣାଇଥିଲେ ।
ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସ୍‍ଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ୍‍ ଡେଭେଲପମେଣ୍ଟ ମାର୍ଗଦର୍ଶନରେ କାର୍ଯ୍ୟକାରୀ କରାଯାଉଛି । ଗ୍ରୁପ୍‍ର ଲକ୍ଷ୍ୟ ହେଉଛି ଏହା ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବା । ଏହା କରିବା ଦ୍ୱାରା ଆମେ ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥା୍ରୀ ଜୀବନ ଧାରଣ ପନ୍ଥା ଗଢିତୋଳୁଛୁ । ତାହାସହିତ ଦେଶର ମାନବ ବିକାଶ ସୂଚୀକୁ ଉପର ସ୍ଥାନକୁ ଉଠାଉଛୁ । ଗ୍ରୁପ୍‍ର ସିଏସ୍‍ଆର ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍‍ଏସ୍‍ଡିଜି ଲକ୍ଷ୍ୟସମୂହ ଅନୁରୂପ ହୋଇଛି ।

0
0
0
s2sdefault