ହେଡଲାଇନସ୍:

ବିଜେଡ଼ିରେ ଯୋଗଦେଲେ ବରଗଡ଼ ଜିଲ୍ଲାର ବିଜେପି ନେତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, ୦୩/୦୪/୨୦୨୪:ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଓ ସମାଜସେବୀ ପରିଣୀତା ମିଶ୍ର ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେବିଜେଡିରେଯୋଗ ଦେଇଛନ୍ତି ।ଦଳରେସାମିଲ୍ହୋଇଥିବାସୁଶାନ୍ତ ମିଶ୍ର ଓ ପରୀଣିତାମିଶ୍ରଙ୍କୁ ଶ୍ରୀସିଂ, ସୁଶ୍ରୀ ଦାସ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁସ୍ୱାଗତକରିଥିଲେ ।ସୁଶାନ୍ତ ମିଶ୍ର ଓ ପରିଣୀତା ମିଶ୍ରଙ୍କ ଯୋଗଦାନ ଫଳରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀସିଂ, ସୁଶ୍ରୀ ଦାସ ଓ ଡ. ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ହୋଇଥିବା ସୁଶାନ୍ତ ମିଶ୍ର ଓ ପରୀଣିତା ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ବରଗଡ଼ ଜିଲ୍ଲାରେ ଯେଉଁ ବିକାଶ କାମ ହୋଇଛି ତାହା ଅବର୍ଣ୍ଣନୀୟ, ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟକରିବାନେଇକାମକରିବୁ । ମାନ୍ୟବରମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault