ହେଡଲାଇନସ୍:

ଝାରପୋଖରିଆ ପୋଲିସ ର ଅତର୍କିତ ଚଢ଼ାଉ ,୧୦୦ଲି. ବିଦେଶୀ ମଦ ସହ‌ ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା :: (ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅଞ୍ଚଳରେ ଅବକାରୀ ବିଭାଗ ଗଭୀର ଚିର ନିଦ୍ରାରେ ଶୋଇଥିଲା ବେଳେ ଝାରପୋଖରିଆ ପୁଲିସ ପାନ୍ଧଡ଼ା ଗ୍ରାମର ଏକ ଦୋକାନ ରୁ ୧୦୦ ଲିଟର ବେନିୟମ ଗଚ୍ଛିତ ବିଭିନ୍ନ କମ୍ପାନୀ ର ବିଦେଶୀ ମଦ ଜବତ କଲେ । ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଝାରପୋଖରୀଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଭାବେ ଚଢାଉ କରି ପ୍ରାୟ ୧୦୦ ଲିଟର ବିଭିନ୍ନ କମ୍ପାନୀ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫,୦୦୦ (ପଅଁଷଠି ହଜାର) ଟଙ୍କା ହେବ । ତେବେ ସଂପୃକ୍ତ ମଦ ଘଟଣାରେ ଥିବା ପାନ୍ଧଡା ର ଦୋକାନୀ ଶ୍ରୀ କିରନ କୁମାର ମଣ୍ଡଳଙ୍କୁ ଗିରଫ କରି ଝାରପୋଖରିଆ ଥାନା କେସ ନମ୍ବର ୭୮/୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଅବକାରୀ ବିଭାଗର କାର୍ଯ୍ୟଧାରାକୁ ପୋଲିସ କରୁଥିବା ବେଳେ ଅବକାରୀ ବିଭାଗ ବେନିୟମ ମଦ ବିକ୍ରି ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ବାବଦରେ କଣ ସ୍ବାର୍ଥ ରହିଛି ତାହା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

0
0
0
s2sdefault