ହେଡଲାଇନସ୍:

ଭଞ୍ଜନଗର ରୁ ବିଧାନସଭା: ଫୁଲରେ ପ୍ରଦ୍ୟୁମ୍ନ ଓ ହାତରେ ପ୍ରଶାନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଗତ କିଛିଦିନ ତଳେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରୁ ବିଜୁଜନତା ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ନିମନ୍ତେ ପାର୍ଥି ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ଆଜି ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଉଭୟ ଜାତୀୟ କଂଗ୍ରେସ ଦଳ ଓ ଭାରତୀୟ ଜନତା ଦଳ ମଧ୍ୟ ଆଜି ସେମାନଙ୍କର ପାର୍ଥି ଘୋଷଣା କରିଛନ୍ତି। ରାଜନୈତିକ ଦୃଷ୍ଟିକୋଣ ରୁ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଭଞ୍ଜନଗର |

ଭଞ୍ଜନଗର ବ୍ଳକ୍ ର ବାଇଶି ଗୋଟି ପଞ୍ଚାୟତ, ଜଗନ୍ନାଥ ପ୍ରସାଦ ବ୍ଳକ୍ ର ପଚିଶି ଗୋଟି ପଞ୍ଚାୟତ ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ନେଇ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗଠିତ। ଏକଦା ଜାତୀୟ କଂଗ୍ରେସ ର ଗଡ଼ କୁହାଯାଉଥିବା ଭଞ୍ଜନଗର ୧୯୯୫ ମସିହା ରୁ ଦୁର୍ବଳ ହୋଇ ସଂଘର୍ଷ ବଜାୟୀ ରଖିଥିଲା। କିନ୍ତୁ ଚଳିତ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଜାତୀୟ କଂଗ୍ରେସ ପୁଣି ଏଠାରୁ ବା ଭଞ୍ଜନଗର ରୁ ପାର୍ଥିବ ପରିବର୍ତ୍ତନ କରି ଯୁବ ବ୍ୟକ୍ତିତ୍ୱ କୁ ସୁଯୋଗ ଦେଇଛି। ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଓ ଯୁବ ସଂଗଠକ ପ୍ରଶାନ୍ତ କୁମାର ବିଷୋୟୀ ଙ୍କୁ କଂଗ୍ରେସ ର ଦଳୀୟ ପାର୍ଥି ଭାବେ ଘୋଷଣା କରାଯାଇଛି। ସେଥିପାଇଁ ଗତ ରାତ୍ରିରେ ତାଙ୍କ ସମର୍ଥକ ଖୁସିରେ ବାଣ ଫୁଟାଇ, ବାଜା ବଜାଇ, ମିଷ୍ଟାନ୍ନ ବଣ୍ଟନ କରି ବିଭିନ୍ନ ସ୍ଥାନରେ ଖୁସି ମନାଇଥିବାର ଦେଖାଦେଇଛି।

ଅନ୍ୟପକ୍ଷରେ ଭାରତୀୟ ଜନତା ଦଳ (ବି.ଜେ.ପି) ଚଳିତ ଥର ପୁଣି ଗତ ନିର୍ବାଚନରେ ପାର୍ଥିହୋଇ ମାତ୍ର ନଅ ହଜାର ଭୋଟ ରେ ଶାସକ ଦଳଠୁ ପରାଜିତ ହୋଇଥିବା ପ୍ରଦ୍ୟୁମ୍ନ ନାୟକ ଙ୍କୁ ଦଳ ସୁଯୋଗ ଦେଇଛି। ଭାରତୀୟ ଜନତା ଦଳରେ ଭଞ୍ଜନଗର ବିଧାନସଭା ପାର୍ଥି ପାଇଁ ବହୁ ଆଶାୟୀ ରହିଥିଲେ ମଧ୍ୟ ଦଳ ପ୍ରଦ୍ୟୁମ୍ନ ନାୟକ ଙ୍କ ଉପରେ ପୁଣି ଥରେ ବିଶ୍ଵାସ କରିଛି। ଦଳର ପାର୍ଥି ହେବା ଖୁସିରେ ସମର୍ଥକ କାର୍ଯ୍ୟକର୍ତ୍ତା ଗଣ ବାଣ ଫୁଟାଇ ବାଜା ବଜାଇ ହୋ ହାଲ୍ଲା କରି, ମିଠା ବଣ୍ଟନ କରିଥିଲେ। ତିନି ଦଳର ପାର୍ଥି ଙ୍କୁ ଦେଖି ଜନସାଧାରଣ ଙ୍କ କହିବାନୁସାରେ ଭଞ୍ଜନଗର ନିର୍ବାଚନ ବାତାବରଣ ସରଗରମ ହୋଇଉଠିଛି।

0
0
0
s2sdefault