ହେଡଲାଇନସ୍:

ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ବିବାର ନୂଆ ସମର୍ କଲେକ୍ସନର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭାରତର ଅଗ୍ରଣୀ ଓ ଘରୋଇ ଫ୍ୟାଶନ ବ୍ରାଣ୍ଡ ବିବା ପକ୍ଷରୁ ଭୁବନେଶ୍ୱରସ୍ଥିତ କମ୍ପାନୀର ଫ୍ଲାଗ୍‌ସିପ ଷ୍ଟୋର୍‌ଠାରେ ଏହାର ନୂଆ ସମର କଲେକ୍ସନର ଗ୍ରାଣ୍ଡ୍ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଯାହାର ବିଷୟବସ୍ତୁ ରହିଛି ‘ହର୍ ନଜର୍ ମେଁ କୁଛ୍ ନୟା’ । ଏହି ନୂତନ କଲେକ୍ସନ ଭାରତର କେନ୍ଦ୍ରକୁ ଅତୁଳନୀୟ ଫ୍ୟାଶନ ଆଣିବାର ଏହାର ଯାତ୍ରାରେ ଆଉ ଏକ ସଫଳତାକୁ ଚିହ୍ନିତ କରିଛି । ଉତ୍ସାହକୁ ବୃଦ୍ଧି କରି ଏହି ଶୁଭାରମ୍ଭ ଇଭେଂଟ୍‌ରେ ଓଡିଶାର ଲୋକପ୍ରିୟ ସେଲିବ୍ରିଟି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ ଯିଏକି ଫେମିନା ମିସ୍ ଇଣ୍ଡିଆ, କୋଲ୍‌କାତାର ପ୍ରଥମ ରନର୍‌-ଅପ୍ ଟାଇଟଲ ଜିତିଥିଲେ । ଏହି ଲଂଚ୍ ଇଭେଂଟ୍ ଉପଭୋକ୍ତାଙ୍କୁ ଅତିଥି ସେଲିବ୍ରିଟିଙ୍କ ଦ୍ୱାରା ଷ୍ଟାଇଲ୍ କରାଯିବାର ସୁଯୋଗ ପ୍ରଦାନ କରିଛି ଯିଏକି ନିଜର ଫ୍ୟାଶନ ଟିପ୍‌ସ ମଧ୍ୟ ସେୟାର କରିଥିଲେ ।
ଗ୍ରୀଷ୍ମ ଋତୁ ଆସୁଥିବାରୁ ବିବା ପକ୍ଷରୁ ଏହାର ନୂତନ କଲେକ୍ସନରେ ଜୀବନ୍ତ ରଙ୍ଗ, ସୂକ୍ଷ୍ମ ଶୈଳୀ ଓ ସରଳ ଷ୍ଟାଇଲ୍‌ର ଏକ ପରିଦୃଶ୍ୟ ଉପସ୍ଥାପନ କରାଯାଇଛି । ପ୍ରତ୍ୟେକ ପୋଷାକକୁ ଏକ ସ୍ୱତନ୍ତ୍ର କାହାଣୀ ବ୍ୟାଖ୍ୟା କରିବା ପାଇଁ ଯତ୍ନର ସହିତ ନିର୍ମାଣ କରାଯାଇଛି ଯାହା ଗ୍ରୀଷ୍କ ଋତୁର ମହତ୍ୱକୁ କ୍ୟାପ୍‌ଚର କରୁଛି । ଚଳିତ ଋତୁରେ ବିବା କେବଳ ଏକ କଲେକ୍ସନ ଉପସ୍ଥାପନ କରିବାଠାରୁ ଆଗକୁ ବଢିଛି; ଏହା ଫ୍ୟାଶନରେ ନୂତନତ୍ୱ ଓ ବିବିଧତାର ଏକ ସେଲିବ୍ରେଶନ ପ୍ରଦାନ କରୁଛି । ଚିକ୍ କଂଟେମ୍ପରାରୀ ଡିଜାଇନଠାରୁ ଆରମ୍ଭ କରି କାଳଜୟୀ କ୍ଲାସିକ୍ ପର୍ଯ୍ୟନ୍ତ ସମର୍ କଲେକ୍ସନ ୨୦୨୪ ଫ୍ୟାଶନ ଉତ୍ସାହୀମାନଙ୍କ ବିବିଧ ପସନ୍ଦକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛି ।
ସମର୍ କଲେକ୍ସନ ୨୦୨୪ର ଗ୍ରାଣ୍ଡ ଉନ୍ମୋଚନ ସହିତ ବିବା ଗ୍ରାହକଙ୍କୁ ନୂତନ ସୂର୍ଯ୍ୟକିରଣକୁ ଗ୍ରହଣ କରିବା ଓ ଷ୍ଟାଇଲ୍‌ର ନୂତନ ଦିଗଗୁଡିକୁ ଅନ୍ୱେଷଣ କରିବା ପାଇଁ ଆମନ୍ତ୍ରିତ କରୁଛି । ଏହି ନୂଆ କଲେକ୍ସନ ଗ୍ରାହକମାନଙ୍କୁ ବିବାର ୨୦୨୪ କଲେକ୍ସନର ପୋଷାକଗୁଡିକର ଏକ ସ୍ୱତନ୍ତ୍ର ଶୃଙ୍ଖଳା ପ୍ରଦାନ କରୁଛି । କାଳଜୟୀ ସାଲ୍‌ୱାର-କମିଜ୍ ଦୁପଟ୍ଟାଠାରୁ ଆରମ୍ଭ କରି ବହୁମୂଖୀ କୂର୍ତା ସେଟ୍‌, ସ୍କର୍ଟ ଆଦି ପର୍ଯ୍ୟନ୍ତ ଏହି ଷ୍ଟୋର୍ ଏକ କ୍ୟୁରେଟେଡ ସିଲେକ୍ସନ ଉପସ୍ଥାପନ କରୁଛି ଯାହା ଭୁବନେଶ୍ୱରର ଫ୍ୟାଶନ-ଅଗ୍ରଣୀ ଗ୍ରାହକଙ୍କର ସୁବିଚାରିତ ପସନ୍ଦକୁ ପୂରଣ କରୁଛି ।
ଭୁବନେଶ୍ୱରରେ ଏହି ନୂତନ ଏସ୍‌ଏସ୍ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ନିଜର ଉତ୍ସାହ ବ୍ୟକ୍ତ କରି ବିବାର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ବିନ୍ଦ୍ରା କହିଛନ୍ତି, “ଭୁବନେଶ୍ୱରର ଜୀବନ୍ତ ସହରରୁ ଆମେ ବିବାର ସିଗ୍ନେଚର ଉତ୍କର୍ଷତା ଓ ଷ୍ଟାଇଲର ଶୁଭାରମ୍ଭ କରି ଉତ୍ସାହିତ ରହିଛୁ । ଆମେ ବିଶ୍ୱାସ କରୁଛୁ ଯେ, ଏକ ବିବା ଷ୍ଟୋର୍‌କୁ ପ୍ରତ୍ୟେକ ପରିଦର୍ଶନ ଏକ ଆନନ୍ଦଦାୟକ ଅନୁଭୂତି ହେବା ଉଚିତ, ଯେଉଁଠାରେ ଗ୍ରାହକମାନେ ନୂତନ ଟ୍ରେଣ୍ଡ ଓ ସ୍ଥାୟୀ କ୍ଲାସିକ୍‌ଗୁଡିକୁ ଆବିଷ୍କାର କରିପାରିବେ ଏବଂ ସେମାନଙ୍କର ବ୍ୟକ୍ତିଗତ ଷ୍ଟାଇଲ୍ ସହ ପ୍ରତିଧ୍ୱନିତ୍ୱ କରୁଥିବା ପିସ୍‌ଗୁଡିକୁ ସନ୍ଧାନ କରିପାରିବେ ଏବଂ ଏହି ନୂତନ କଲେକ୍ସନ ସହ ଆମେ ତାହା କରିବାକୁ ଲକ୍ଷ୍ୟ ରଖିଛୁ ।”
ଭୁବନେଶ୍ୱରରେ ୬ଟି ଷ୍ଟୋର୍ ଓ ଓଡିଶାରେ ୧୦ଟି ଷ୍ଟୋର୍ ସହିତ ଆମେ ରାଜ୍ୟରେ ଉପଭୋକ୍ତାଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ହାସଲ କରିବୁ ବୋଲି ନିଶ୍ଚିତ ରହିଛୁ । ହୋଲି ପାଖେଇ ଆସୁଥିବା ବେଳେ, ପାର୍ବଣ ପାଇଁ ସପିଙ୍ଗ କରିବା ଓ ନିଜର ୱାର୍ଡରୋବ୍‌କୁ ରିଫ୍ରେଶ୍ କରିବା ଲାଗି ଏହା ଏକ ଉନ୍ନତ ସମୟ ବୋଲି ସେ କହିଛନ୍ତି ।
ଦ୍ରୁତ ବେଗରେ ବିକଶିତ ଭାରତୀୟ ବଜାରଗୁଡିକରେ ବ୍ୟବସାୟିକ ସମ୍ଭାବନାକୁ ଆବିଷ୍କାର କରିବାର ବିବାର ନିରନ୍ତର ପ୍ରୟାସ ଏହାକୁ ଖୁଚୁରା ପୋଷାକ ବର୍ଗରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରାଇଛି । ସୁନ୍ଦର ଭାବେ ଡିଜାଇନ କରାଯାଇଥିବା ଏହାର ଷ୍ଟୋର୍‌ଗୁଡିକ ସହିତ ବିବା ଏଥ୍‌ନିକ ଫ୍ୟାଶନକୁ ପୁନଃବ୍ୟାଖ୍ୟା କରିବା ଜାରି ରଖିଥିବା ବେଳେ ଗ୍ରାହକମାନେ ଯେପରି ଆରାମଦାୟକ ଓ ସ୍ୱତନ୍ତ୍ର ଅନୁଭବ କରିବେ ତାହା ସୁନିଶ୍ଚିତ କରୁଛି କାରଣ ସେମାନେ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ୍‌ର ଉତ୍କୃଷ୍ଟତମ ସିଲେକ୍ସନରୁ

0
0
0
s2sdefault