ଓଡଗାଁ,୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ମଶାଣୀ ସାହିର ଜଣେ ଯୁବକଙ୍କୁ ଓଡ଼ଗାଁ ପୋଲିସ ନାବାଳିକା ବଳତ୍କାର ଅଭିଯୋଗରେ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲେ । ଜାମିନ୍ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଯୁବକ ଜଣକ ହେଲେ କୋମଣ୍ଡ ମଶାଣୀ ସାହିର ପବିତ୍ର ଦଳେଇ (୧୯) । ଅଭିଯୋଗ ଅନୁସାରେ କୋମଣ୍ଡ ଅଞ୍ଚଳର ଜଣେ ନାବାଳିକା ଏପ୍ରିଲ ୨ ତାରିଖ ତଥା ୩ ତାରିଖ ଭୋର୍ ୪ ବେଳେ ନିଖୋଜ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଓଡ଼ଗାଁ ପୋଲିସ ୮୪/୨୦୨୫ ରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏବଂ ପରେ ଓଡ଼ଗାଁ ପୋଲିସ ଫୋନ୍ ଟ୍ରାକିଙ୍ଗ୍ ମାଧ୍ୟମରେ ଝିଅକୁ ଖାଜିବା ପାଇଁ ଚେଷ୍ଟା କରିଥିଲେ । ତେବେ ବାରମ୍ବାର ସ୍ଥାନ ପରିବର୍ତ୍ତନ କାରଣରୁ ଠାବ କରିବା ସମ୍ଭବ ହୋଇନଥିଲା । ଗତ ୨୧ ତାରିଖ ରାତିରେ ଓଡ଼ଗାଁ ପୋଲିସ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ ବିଜୟ ଓ୍ବାଡା ମଝି ଶ୍ୟାମପୁରମ ଠାରୁ ନାବାଳିକାକୁ ଠାବ କରିଥିବା ବେଳେ ତା' ସାଥିରେ ଥିବା କୋମଣ୍ଡର ପବିତ୍ର ଦଳେଇକୁ ମଧ୍ୟ ନିଜ ହେପାଜତକୁ ଆଣିଥିଲେ । ଏବଂ ୨୨ ତାରିଖରେ ଓଡଗାଁରେ ପହଁଞ୍ଚିବା ପରେ ଓଡ଼ଗାଁ ପୋଲିସ ସେମାନଙ୍କୁ ପଚରା ଉଚୁରା ଆରମ୍ଭ କରିଥିଲେ । ଏଣୁ ତଦନ୍ତ ଅନୁସାରେ ନିଖୋଜ ମାମଲାଟି ବଳତ୍କାର ମାମଲାରେ ପରିଣତ ହୋଇଥିଲା । ଉଭୟଙ୍କର ଡାକ୍ତର ମାଇନା କରାଯାଇ ମାଜିଷ୍ଟ୍ରେଟ ନିକଟରେ ନାବାଳିକାର ବୟାନ ରେକର୍ଡ କରାଯାଇଥିଲା । ଶିଶୁ ଜୈ।ନ ନିର୍ଯାତନା ନିରୋଧ ଏବଂ ବଳତ୍କାର ସହିତ ଅପହରଣ ଅଭିଯୋଗରେ ୨୨ ତାରିଖ ରାତିରେ ଅଭିଯୁକ୍ତ ପବିତ୍ରକୁ ଗିରଫ କରିଥିଲେ । ଏବଂ ୨୩ ତାରିଖରେ କୋର୍ଟ ଚାଲାଣ କରିଥିଲେ । ସୂଚନା ଥାଉକି ନାବାଳିକା ସହିତ ଯୁବକ ଜଣକ ଗଲାପରେ ପୁରୀର ବିଭିନ୍ନ ସ୍ଥାନରେ ରହିଥିଲେ । ତେବେ ପରେ ଧରାପଡ଼ିଯିବା ଭୟରେ ଉଭୟ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିଲେ ।
ରାଜ୍ୟ
ନାବାଳିକା ଅପହରଣ ପରେ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଜେଲ ହାଜତକୁ ଗଲା,
- Hits: 163