ହେଡଲାଇନସ୍:

କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ତେନ୍ତଳାପଶି ଗଣ ଦୁଷ୍କର୍ମ ଓ ହତ୍ୟାର ଶିକାର ପୀଡ଼ିତା ଘରକୁ ଗଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ସମାଜସେବୀ ରୋଜାଲିନ ହତ୍ୟାକାରୀଙ୍କୁ ଗିରଫ ଲାଗି ଏସପିଙ୍କୁ ଫୋନ କଲେ।

କେନ୍ଦୁଝର,ତା୨୩/୬- ଅଖିଳ ଭାରତ କଂଗ୍ରେସ କମିଟି ଓଡ଼ିଶାରେ ଏବେ ଘଟି ଯାଇଥିବା ଲଜ୍ଜାଜନକ ଗଣ ଦୁଷ୍କର୍ମ ଓ ହତ୍ୟା ନେଇ ତଥ୍ୟ ସଂଗ୍ରହ କରିବାକୁ ଏକ ୫ ଜଣିଆ ଟିମ ପଠାଇଥିଲା। ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତି ଦୀପା ଦାସ ମୁନିସୀ ଏହାର ନେତୃତ୍ବ ନେଇ ଓଡ଼ିଶା ଆସି ଗୋପାଳପୁର,କନ୍ଧମାଳ ସହ ଶେଷରେ ଆଜି କେନ୍ଦୁଝର ଜିଲ୍ଲାର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଯାଇଥିଲେ। ଏହି ଦଳରେ ଶ୍ରୀମତି ରଂଜିତ ରଂଜନ,ଏମ.ପି., କୁମାରୀ ପ୍ରଣତି ସିନ୍ଧେ,ଏମ.ପି.,କୁମାରୀ ଏସ. ଜ୍ୟୋତିମଣି,ଏମ.ପି., ଶ୍ରୀମତି ଶୋଭା ଓଝା ପରି ବରିଷ୍ଠ କଂଗ୍ରେସ ନେତ୍ରୀମାନେ ସାମିଲ ଥିଲେ।ସେଠାରେ ସେମାନେ ନିକଟରେ ଗଣ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମମତା ନାଏକ ପରିବାରକୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ। ସେମାନେ ଝିଅକୁ ମାରି ଝୁଲା ହୋଇଥିବା ସଜନା ଗଛ ଦେଖିଥିଲେ। ପୀଡ଼ିତାର ଘର ପରିବେଶ ଦେଖି କିପରି ଲୋକେ ରହୁଛନ୍ତି  ଅନୁମାନ କରିଥିଲେ। ଆବାସ ଘର ନାହିଁ କି ପାଇଖାନା ମିଳିନି ଶୌଚ ହେବାକୁ ଝିଅ ବୋହୂ ଘର ଦୂରକୁ ବାଧ୍ଯ ହୋଇ ଯାଇ ଏପରି ଦୁଷ୍କର୍ମ ଓ ହତ୍ୟାର ଶିକାର ହେଉଛନ୍ତି। ମେଡିକାଲରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିଲେ ମଧ୍ୟ ପୋଲିସ ପରିବାରକୁ ଦେଖାଇ ତାହା ନେଇ ଯାଇଛି ବୋଲି ଅଭିଯୋଗ ହୋଇଥିଲା। ଓଡ଼ିଶା ସରକାର ତୁରନ୍ତ ପୀଡିତା ପରିବାରକୁ ଆର୍ଥିକ ସହାୟତା ସହ ଆବାସ ଘର ଓ ପାଇଖାନା ଯୋଗାଇ ଦେବାକୁ ସେମାନେ କହିଥିଲେ । ଦୋଷୀ ତୁରନ୍ତ ଦଣ୍ଡ ପାଇବା ଲାଗି ଚାର୍ଜସିଟ ଦେବାକୁ ସେମାନେ ଦାବୀ କରିଥିଲେ । ସେଠାରେ ସେମାନେ ପରିବାର ସହ ମିଶିବା ସହ ଗାଁ ଲୋକଙ୍କ ପାଖରୁ ତଥ୍ୟ ସଂଗ୍ରହ କରିଥିଲେ।ସ୍ଥାନୀୟ କଂଗ୍ରେସ ନେତାମାନେ ସେଠାରେ ଉପସ୍ଥିତ ଥିଲେ ।ସେଠାରୁ ଫେରି ଏହି ଦଳ ଘଟଗାଁସ୍ଥିତ ହୋଟେଲ ବୃନ୍ଦାବନରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଅବସରରେ ବହୁ ଚର୍ଚ୍ଚିତ ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲାରେ ମାଆ ରେବତୀ ସାହୁ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳଙ୍କୁ ଭେଟି ଅନେକ  ସଂଗୀନ ତଥ୍ୟ ପ୍ରମାଣ ଦେଖାଇଥିଲେ ।ସେ ଅଭିଯୋଗ କରିଥିଲେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ରବର ଷ୍ଟାମ୍ପ ହୋଇ ଶାସନ କରୁଛନ୍ତି ସେ ତାଙ୍କ ଝିଅ ହତ୍ୟାକାରୀଙ୍କ ସହ ମିଶି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ ହତ୍ୟା ଆରୋପୀ ବିଜେପି ନେତା ପ୍ରକାଶ ମଲ୍ଲିକ ସହ ଫଟୋ ଉଠାଇ ମାମଲାକୁ ଦୂର୍ବଳ କରିବାକୁ ହୀନଚେଷ୍ଟା ଚଳାଇଛନ୍ତି। ଜନଶୁଣାଣୀ ନାମରେ ତାଙ୍କଠାରୁ ଦରଖାସ୍ତ ନେଇ ପୋଲିସ ଡି.ଜି.ଙ୍କ ପାଖକୁ ପଠାଇବା ପରେ ମଧ୍ୟ ଦଳୀୟ ଲୋକ ବୋଲି କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରିନାହାଁନ୍ତି। ବିଜେପି ନେତାମାନେ ସମାଜସେବୀ ରୋଜାଲିନ୍ ସାହୁଙ୍କୁ ହତ୍ୟା କରିବାର ଅଢେଇ ବର୍ଷ ବିତି ଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ପୋଲିସ ଏଯାଏ ଚାର୍ଜସିଟ ଦେଇ ପାରିନି ଯାହା ଏକ ବିରଳ ଘଟଣା । ୩୦୨/୩୪ ନରହତ୍ୟା ଦଫା ଲାଗିବା ପରେ ଅପରାଧୀ ଖୋଲା ବୁଲୁଛନ୍ତି ଏଯାଏ ଗିରଫ ହୋଇ ନାହିଁନ୍ତି। କେନ୍ଦୁଝର ଘଟଗାଁ ଥାନା ପୋଲିସ ପ୍ରଥମେ ଏକ ବାଇକ ଜବତ କରିଥିଲା କି ସେଥିରେ ବସି ରୋଜାଲିନ ଯାଉଥିବା ବେଳେ କୁଆଡ଼େ ପଡ଼ିଯାଇଥିଲା, ତେବେ ପରେ ବିଜେପି ନେତା ପ୍ରକାଶ ମଲ୍ଲିକର ସ୍କୋର୍ପିଓ ଜବତ କରିଛି ବୋଲି ଏବେ କହିଛି ଯାହା ଘୋର ସନ୍ଦେହଜନକ କଥା ବୋଲି ରେବତୀ ସାହୁ କହିଥିଲେ। ଜଣେ ମୁଖ୍ୟମନ୍ତ୍ରୀ ନାରୀ ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି ଏବଂ ପୋଲିସ୍‌ ଏଠାରେ ପକ୍ଷପାତିତା ଏପରି କରୁଛି ବୋଲି ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ କେନ୍ଦୁଝର ଏସ.ପି.ଙ୍କୁ ଏହି ମାମଲା ନେଇ ଫୋନ କରିଥିଲେ। ହେଲେ ଏସପି ଶ୍ରୀ ନିତିନ କୁଶାଳକର ଡାଗୁଡୁ ଏହି ମାମଲାର ତଦନ୍ତ ଚାଲିଛି ବୋଲି କହିଥିଲେ। ଯାହାକୁ ରେବତୀ ସାହୁ ମିଛ କହି ସତସାହସ ଥିଲେ ଚାର୍ଜସିଟ ଦେବାକୁ ଆହ୍ଵାନ ଦେଇଥିଲେ । ହତ୍ୟା ଅପରାଧୀ ୩୦୨/୩୪ ଦଫା ଲାଗିଲା ପରେ ଜେଲ ନଯାଇ ପୋଲିସ୍ ସହ ମିଶି ମାମଲା ଚପେଇ ଦେବାକୁ ଉଦ୍ୟମ କରୁଛି କହି ଏହି କଥା କଂଗ୍ରେସ ଦିଲ୍ଲୀ ନେତାଙ୍କୁ ଜଣାଇବାକୁ ଏକ ଦାବିପତ୍ର ଦେଇଥିଲେ। ଏହି ପ୍ରତିନିଧି ଦଳ ସମସ୍ତ କଂଗ୍ରେସ଼ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ ।ଏହା ପରେ ଅପରାହ୍ନରେ ସେମାନେ ମା' ତାରିଣୀଙ୍କ ଦର୍ଶନ କରି ଭୁବନେଶ୍ଵର ବାହାରିଥିଲେ । ଆଜି ଏହି ଗସ୍ତ ସମୟରେ କଂଗ୍ରେସ ନେତା ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ସୁବର୍ଣ୍ଣ ନାୟକ,ଶକୁନ୍ତଳା ଲାଗୁରି,ମୋହନ ଚରଣ ପରିଡ଼ା,ସଂଗ୍ରାମ ଜେନା,ପ୍ରତିଭା ମଞ୍ଜରୀ ନାୟକ, ନିର୍ମଳ ନାୟକ,ରତ୍ନାକର ଜେନା, କୃଷ୍ଣ ମହାନ୍ତି, ସଂଗୀତା ସିଂହ, ମୋହନ ହେମ୍ବ୍ରମ,ସନ୍ତୋଷ ସାହୁ, ସୁଢ଼ଳ ସେଠୀ, ସୁବ୍ରତ ଚକ୍ର,ଐତିହ୍ୟ ଦିବ୍ୟ ସିଂହ, ହାଡ଼ିବନ୍ଧୁ ଖୁୁଣ୍ଟିଆ, ରାଞ୍ଚି ନାୟକ ପରି ଅନେକ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault