ପୁରୀ, (ଅନିମେଶ ପଟ୍ଟନାୟକ): ବୁଧବାର ଜିଲ୍ଲା ସୋସିଆଲ ମିଡିଆର ଏକ କର୍ମଶାଳା ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୋସିଆଲ ମିଡିଆ ଓଡ଼ିଶା ପ୍ରଭାରୀ ଡକ୍ଟର ସୁମିତ ଦୁବେ ଜିଲ୍ଲାର ସମସ୍ତ ସୋସିଆଲ ମିଡିଆ ଟିମ ସଦସ୍ଯଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସୋସିଆଲ ମିଡିଆର ସାହାଯ୍ଯରେ କିପରି ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପିତ କରାଯିବ ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କିପରୀ କାର୍ଯ୍ୟ କରିଯିବ ସେନେଇ ଆଲୋକପାତ କରିଥିଲେ ଡକ୍ଟର ସୁମିତ । ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ଓ ଦେଶ ତଥା ରାଜ୍ୟକୁ କିପରି ହରିଲୁଟ କରାଯାଇଛି ତାହା ଜନସାଧାରଣଙ୍କୁ ଅବଗତ କରାଇବା ଓ କଂଗ୍ରେସ ବିଚାରଧାରାକୁ ଲୋକଙ୍କ ମଧ୍ଯରେ ଅବଗତ କରାଇବା ସୋସିଆଲ ମିଡିଆ ଟିମର ମୂଳଲକ୍ଷ ବୋଲି କହିଛନ୍ତି ଡକ୍ଟର ସୁମିତ।
ଏଆଇସିସି ସଦସ୍ଯ ସୁଜିତ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ଶ୍ରୀବତ୍ସ ରଥ, ଯୁବ ସଂଗଠକ ମନୋଜ ବେହେରା, ଦେବାଶିଷ ଦଇତାପତି, ସୂର୍ଯ୍ୟନାରୟଣ ପଣ୍ଡା, ଯୁବନେତା ଆଶୁତୋଷ ମିଶ୍ର, ଅଜୟ ପରିଡା, ଜିଲ୍ଲା ମୁଖ୍ଯ ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା, ବିଶ୍ଵରଞ୍ଜନ ମହାପାତ୍ର, ଲିପ୍ତରଞ୍ଜନ ପ୍ରଧାନ, ରାମ ସାହୁ, ଦେବଦତ୍ତ ପାତ୍ର, ଉମାଶଙ୍କର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।







