ଭବାନୀପାଟଣା: ତା: 06.03.2024: ଆଜି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ରେ ସକାଳ 9.00 ଘଣ୍ଟା ସମୟରେ ଭାରତ ସରକାରଙ୍କ ଅଧିନସ୍ଥ “ ବେଟୀ ବଚାଓ ବେଟୀ ପଢାଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ “ଖୋ ଖୋ” କ୍ରୀଡାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି “ଉଡାନ” ଏବଂ ଉଦଘାଟନୀଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ଵଜିତ ଦାସ । ଅନ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର , ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ସ୍ଵର୍ଣ୍ଣଲତା ମହାନ୍ତି ଓ ଭବାନୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଖୋ ଖୋ ପ୍ରତିଯୋଗୀତା ଉଡ଼ାନ ରେ ଭାଗ ନେଇଥିଲେ ; ବିକାଶ ଆବାସିକ ବିଦ୍ୟାଳୟ , ଭବାଣୀପାଟଣା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ( ସରକାରୀ କଲେଜ ) , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ( ବ୍ରଜବିହାର ) , ଶାସ୍ତ୍ରଜୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ , ବିମଳା କନଭେନ୍ଟ ସ୍କୁଲ ଏବଂ ନେହେରୁ ସେବା ସଂଘ ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରୀ ମାନେ । ଏହି ଖୋ ଖୋ ପ୍ରତିଯୋଗୀତଟିକୁ ପରିଚାଳନା କରିଥିଲେ ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ନିୟୋଜିତ 10 ଜଣ କ୍ରୀଡା ଶିକ୍ଷକ ଏବଂ ଅବସରପ୍ରାପ୍ତ ଆଇ ପି ଆଇ ମହେନ୍ଦ୍ର କୁମାର ପଣ୍ଡା । ଜିଲ୍ଲା ପ୍ରଶାସନ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟ , କଳାହାଣ୍ଡି ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଚାମ୍ପିୟନ ଦଳ ଭାବେ ବିବେଚିତ ହୋଇଥିଲେ , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ( ବ୍ରଜବିହାର) , ଭବାନୀପାଟଣା ଏବଂ ରନର୍ସ ଅପ ଦଳ ଭାବରେ କୃତିତ୍ଵ ହାସଲ କରିଥିଲେ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀ ମାନେ । ତୃତୀୟ ଦଳ ଭାବେ କୃତିତ୍ଵ ହାସଲ କରିଥିଲେ ବିମଳା କନଭେଣ୍ଟ ସ୍କୁଲ ର ଛାତ୍ରୀମାନେ । ସମସ୍ତ କୃତୀ ଦଳ ଗୁଡିକୁ ଆଗାମୀ 7 ତାରିଖରୁ ଜିଲ୍ଲାସ୍ତରୀୟ ମହିଳା ଦିବସ - ୨୦୨୪ ପାଳନ ଅବସରରେ ପୁରସ୍କାର ବିତରଣ କରାଯିବା ପାଇଁ ସ୍ଥିରୀକୃତ ହୋଇଅଛି । ଏହି ସମସ୍ତ କାର୍ଯ୍ୟକ୍ରମ ଟିକୁ ସୁପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ଓ ଅଧିକାରୀ ବୃନ୍ଦ ।
ରାଜ୍ୟ
ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଳିକା ମାନଙ୍କ ପାଇଁ କ୍ରୀଡ଼ା "ଉଡାନ୍" ଉତ୍ସବ
- Hits: 174







