ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସଡାମା ସହଯୋଗରେ ଆଜି ଫେବୃଆରୀ ମାସ ୬ ତାରିଖ ୨୦୨୪ ବୁଧବାର ଦିନ ଭଞ୍ଜନଗର ବ୍ଲକରେ ଥିବା ୧୦ ଗୋଟି କୁଲାଡ,ଗୋଲାପଡା, ବାଉଁଶଲୁଣ୍ଡି, ଡିହପଢାଳ , ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର,ଦୋହମୁହାଣି, ହରିଗଡ ଓ ଗଲେରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ ହୋଇଅଛି I ଉକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଉଚ୍ଚ- ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ବନ କର୍ମଚାରି, କୃଷି ଗ୍ରାମ ସେବକ, ମହିଳା ମହା ସଂଘ ଅଧ୍ୟକ୍ଷା , ଭିନ୍ନକ୍ଷମ, ପଶୁ ଚିକିତ୍ସକ, ରାଜସ୍ୱ ନିରୀକ୍ଷକ, ୱାର୍ଡ ସଭ୍ୟ,କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତରେ ଥିବା ପ୍ରତି ରାଜସ୍ଵ ଗ୍ରାମର ଜଣେ ସ୍ଵେଚ୍ଛାସେବୀଙ୍କୁ ନେଇ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇ ଅଛି। ଯାହାକୁ ୨୧ ଗୋଟି ଦଇବି ଦୁର୍ବିପାକ ତୁଷାର ପାତ, ଭୂତାଣୁ ସଂକ୍ରମଣ, ସାପକାମୁଡା, ରାସାୟନିକ ବିକିରଣ, ଶିତ ଲହରୀ, ବାତ୍ୟା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ଜଙ୍ଗଲ ପୋଡି, ଅଂଶୁଘାତ, ଭୂସ୍ଖଳନ, ବଜ୍ରପାତ, ପରମାଣୁ ବିସ୍ଫୋରଣ, କୁହୁଡା, ସମୁଦ୍ର ସୁନାମୀ ଉପରେ କମିଟି ସଭ୍ୟସଭ୍ୟIଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇଥିଲା । ଏବଂ ତାଲିମ୍ ଅନୁଯାୟୀ ତାର ଠିକ ସମୟରେ ମୁକାବିଲା କରIଯିବା ଓ ଶୂନ୍ୟ ମୃତାହତ ଉପରେ ଦୀର୍ଘମିଆଦ ଯୋଜନା ଖସଡା କରି ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଖସଡI ଓ ଯୋଜନI ପ୍ରସ୍ତୁତି କରିବା ଦିଗରେ ଗୁରୁତ୍ଵ ଦିଆଯାଇ ଅଛି। ଏବଂ ସାଧନ କର୍ମୀ ନୋଡାଲ ଏନଜିଓ ବାର୍ଡ ସମ୍ପଦକ ପ୍ରକାଶ ଚଦ୍ର ସାହୁ ସମସ୍ତ ଗ୍ରାମ ପଞ୍ଚIୟତ କମିଟି ଓ ଗ୍ରାମବାସୀଙ୍କୁ ତାଲିମ ଦେଇ ଅଛନ୍ତି ଓ ୫୪ ଗୋଟି ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରଯିବା ଉପରେ ସେ ମତ ପ୍ରକାଶ କରିଅଛନ୍ତି I ଅଧିକ ତାଳ ବଣ ସୃଷ୍ଟି, ବନ୍ୟାଜନ୍ତୁ ଦ୍ଵାରା କ୍ଷୟକ୍ଷତି, ନଦୀ ତଳି ଅଞ୍ଚଳର ନିରୂପଣ, ସତର୍କ ଆପର ବହୁଳ ବ୍ୟବହାର, ମୋକ ଡ୍ରିଲ, ଆପାଦ ମିତ୍ର ଚୟନ, ସମସ୍ତ ହେଲ୍ପଲାଇନ ନମ୍ବର ପଞ୍ଚାୟତ କାର୍ଯ୍ୟଳୟରେ ଟଙ୍ଗାଇବା, ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକର ସମୋନ୍ନୟ ବୈଠକ ବସିବା ଓ ୱ।ଟସ୍ ଅଫ୍ ଗୃଫ୍ ଗଠନ ଓ ସାମାଜିକ, ବୈଦୁତିକ, ପ୍ରିଣ୍ଟ ମିଡିଆ, ୱେବ ମିଡ଼ିଆ ମାଧ୍ୟମଉପରେ ପ୍ରଚାରପ୍ରସାର ଉପରେ ଗୁରତ୍ଵ ଦିଆ ଯାଇଅଛି I କାହିଁକି ନା ୱେବ ମିଡ଼ିଆ ଏକ ମାଧ୍ୟମ ଯାହା ଲୋକଙ୍କୁ ପ୍ରକୃତ ଓ ଆଖି ଦେଖା ତଥ୍ୟ ଲୋକଲୋଚନକୁ ଆଣିଥାଏ। ହୁଏତ ଏହାକୁ କେତେକ ଚକ୍ରାନ୍ତ କରି ଗ୍ରହଣ କରିନଥାଇ ପାରନ୍ତି।
ରାଜ୍ୟ
ଭଞ୍ଜନଗର ରେ ଦଶ ଗୋଟି ଗ୍ରାମପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ
- Hits: 284







