ହେଡଲାଇନସ୍:

ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରୀକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆ ରେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ତାଙ୍କ ବାପା ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଙ୍କ ସ୍ମୃତି ରେ ରାତ୍ରୀକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ନେହରୁ ସ୍ପୋର୍ଟିଂ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ଉତ୍ସବ ରେ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ବାଲ୍ୟବନ୍ଧୁ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଜିତେନ୍ଦ୍ର ନାଥ ଗୁରୁ, ବିନନ୍ଦ ସାହୁ, ନୂଆଧର ସାହୁ, ଏମ୍.ଡି. ଅଶରଫ୍, ଅଶ୍ୱିନୀ ପଣ୍ଡା, ଥବିର ପଧାନ, ରବିନ୍ଦ୍ର ଦାଶ, ଗଙ୍ଗାଧର ପାଢୀ, ରବି ନାରାୟଣ ଦୋରା, ଭୁବନ ଦେବ ସାହୁ, ଶେଖ୍ ଆକବର, ରାମଚନ୍ଦ୍ର ରଣା ଓ ମୁକେଶ ମୋଦୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଛଅ ଦିନ ଧରି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ୬୪ ଗୋଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଉଦ୍ଘାଟନୀ ମ୍ୟାଚ୍ ଖଲିଆପାଳି ଓ ଶିକ୍ଷକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ୧୬ ଗୋଟି ଦଳ ନିଜ ନିଜର କ୍ରୀଡା ପ୍ରଦର୍ଶନ କରି ପରେ ସାପଲହର ଦଳ ସେମିଫାଇନାଲ କୁ ପ୍ରବେଶ କରିଥିଲା l ଆସନ୍ତା ୧୦ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ବିଜେତା ଦଳ ପାଇଁ ୫୧୦୦୦ /-ସହ ଟ୍ରଫି ଏବଂ ଉପ ବିଜେତା ଦଳ ପାଇଁ ୩୧୦୦୦ /- ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସମ୍ପାଦକ କୁନାଲ ପଧାନ ପ୍ରକାଶ କରିଛନ୍ତି l

0
0
0
s2sdefault