ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ସୁକ୍ଷ୍ମ କାରିଗର ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ । ଯାହାଙ୍କର ଅନେକ ନାଁ, ବିଜୟାନନ୍ଦ ପଟ୍ଟନାୟକ , ବିଜୁ ପଟ୍ଟନାୟକ , କଳିଙ୍ଗଵୀର , ଆଧୁନିକ ଖାରବେଳ , ଇଣ୍ଡୋନେସିଆର ଭୂମିପୁତ୍ର କିନ୍ତୁ ସବୁରି ମୁହଁରେ ଗୋଟିଏ ନାଁରେ ସେ ବେଶ୍ ପରିଚିତ ଥିଲେ ତାହା ହେଲା "ବିଜୁ ବାବୁ" । ବିଜୁ ବାବୁ ଥିଲେ ଜଣେ "ଝଡର ଇଗଲ" ବାଟ ଭାଙ୍ଗି ନୂଆଁ ବାଟ ସୃଷ୍ଟି କରୁଥିବା ମଣିଷ । ଆଜି ଏହି ମହାନ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୮ ତମ ଜନ୍ମ ଜୟନ୍ତୀ ଗୁଣପୁର ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁଧିର କୁମାର ଦାଶ , ବିଧାୟକ ରଘୁନାଥ ଗମାଙ୍ଗ ,ବିଜେଡି ଯୁବ ଜନତା ଦଳର ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ,ନଗର ବିଜେଡି ସଭାପତି ରାମ ପଣ୍ଡା , ବ୍ଲକ ସଭାପତି ଶ୍ରୀନିବାସ ଶତପଥୀ , କାଉନସିଲର ଦେଵୀ ଆଚାର୍ଯ୍ୟ ଓ ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ବିଜୁବାବୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ଗୁଣୁପୁର ଚିକିତ୍ସାଳୟକୁ ଯାଇ ରୋଗୀମାନଙ୍କୁ ଫଳ ବାଣ୍ଟିଥିଲେ । ଶେଷରେ ଗୁଣପୁର ଟାଉନ ହଲ୍ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ବିଜୁବାବୁଙ୍କର ସ୍ମୃତି ଚାରଣ କରାଯାଇଥିଲା । ବିଜୁ ବାବୁଙ୍କ ସ୍ବପ୍ନର ଓଡ଼ିଶା ଗଠନରେ ଉପସ୍ଥିତ ସମସ୍ତ ବିଜୁ ପ୍ରେମୀ ସହଯୋଗ କରିଵେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।








