ହେଡଲାଇନସ୍:

ମୁନିଗୁଡ଼ାରେ ମା" ବନଦୂର୍ଗା ଶ୍ରମିକ ସଂଘର ଚତୁର୍ଥ ସମାବେଶ ଅନୁଷ୍ଠିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ନେତାଜୀ କ୍ଲବ ପରିସରରେ ବିଏମଏସ ପରିଚାଳିତ ମା" ବନଦୂର୍ଗା ଶ୍ରମିକ ସଂଘର ଚତୁର୍ଥ ସମାବେଶ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ଶ୍ରୀଯୁକ୍ତ କ୍ଷାମାସାଗର୍ ଦାଶଙ୍କ ସଭାପତିତ୍ବ ଓ ଉପସଭାପତି ତ୍ରିନାଥ ଭାଟିଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଯୋଗେଶ୍ୱର ଦାଶ,ସମ୍ମାନିତ ଅତିଥି ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ଦାଶ,ଜିଲ୍ଲା ବିଶ୍ଵକର୍ମା ମଜଦୂର ସଂଘ ସମ୍ପାଦକ ଶିବ ପ୍ରସାଦ ସିଂ,ରାୟଗଡ଼ା ଜିଲ୍ଲା ଯୁଗ୍ମ ସମ୍ପାଦିକା ସୁଶ୍ରୀ ସ୍ନେହା ସିଂ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ଶ୍ରମିକ ନେତା ବଳରାମ କୁଶୁଲିଆ ପ୍ରମୁଖ ଉପସ୍ଥିତ ରହି ମାଆ ଭାରତୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସଂଘର ସଭାପତି ଅତିଥି ପରିଚୟ କରିବା ସହିତ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ।ବନଦୂର୍ଗା ଶ୍ରମିକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଅନନ୍ତ ମହାନ୍ତି ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଆଉ ଭୋଗୁଥିବା ସମସ୍ୟା ଉପରେ ନିଜର ଅଙ୍ଗେନିଭା କଥାକୁ ଉପସ୍ଥାପନା କରିଥିଲେ।ପରେ ଶ୍ରମିକମାନେ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।ମୁଖ୍ୟ ଅତିଥି ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଦାଶ ମଜଦୂର ସଂଘର ଇତିହାସ,କାର୍ଯ୍ୟ କରିବାର ଶୈଳୀ ଏବଂ ସଂଗଠନ ପ୍ରତି ପ୍ରତ୍ୟେକ ଶ୍ରମିକଙ୍କ ଭୂମିକା,ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।ସ୍ଥାନୀୟ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହିତ ରାଷ୍ଟ୍ରୀୟ ବିଶ୍ଵକର୍ମା ଯୋଜନା,ଲେବର କାର୍ଡର ଉପଯୋଗିତା ଓ ଉପକାରିତା,ପେନସନ ସୁବିଧା ଉପରେ ଶ୍ରମିକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ବିମାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ପ୍ରଥମେ ଶ୍ରମିକ ପଞ୍ଜୀକୃତ ହେବା କଥା ବୁଝାଇଥିଲେ।ପରେ ସଭାପତି ସଂଘର ରେଜିଷ୍ଟ୍ରେସନ୍ କିପରି ହୋଇ ପାରିବ ସେନେଇ ଅଧିକାରୀ ମାନଙ୍କୁ ଅନୁରୋଧ କରିବା ସହ ସଭିଙ୍କ ଉପସ୍ଥିତ ଓ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବୁଦୁରାମ ବାଗ,ସୁକ୍ରୁ ବେହେରା ବଳରାମ ପିଡ଼ିକାକା,ଶ୍ରଦ୍ଧାନନ୍ଦ ବେହେରା,ବାଲିକଟା ବାବୁଙ୍କ ସହିତ ଶତାଧିକ ସଂଗ୍ରାମୀ ଶ୍ରମିକମାନେ ଉପସ୍ଥିତ ଥିଲେ।

 

0
0
0
s2sdefault