ହେଡଲାଇନସ୍:

ଓଡ଼ଗାଁରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ପାହାଡ଼ଭଳି ଶକ୍ତ, ଆକାଶ ଭଳି ବିଶାଳ, ଧରିତ୍ରୀ ଭଳି ଧର୍ଯ୍ୟଶୀଳ ଏବଂ ଜଟିଳତା ଓ କୁଟୀଳତା ଠାରୁ ଅନେକ ଦୂରରେ ଥିବା ଖୋଲା ବହିଟିଏ ସିଏ । ହୃଦୟରୁ ବାହାରି ଆସୁଥିବା ଅଭିବ୍ୟକ୍ତି ଓ ଶବ୍ଦର ଯାଦୁକରୀରେ ଅବଚେତନ ହୋଇଉଠେ ଚେତନ । ପ୍ରାଣରେ ସୃଷ୍ଟି ହେଉଥିଲା ଶିହରଣ । ଦୁର୍ଦ୍ଧଶ ସୈନିକ ଟିଏ ପରି ନିର୍ଭିକ ଭାବେ ସେ ଲମ୍ଫ ପ୍ରଦାନ କରନ୍ତି ଯୁଦ୍ଧ କ୍ଷେତ୍ରରେ । ଶାନ୍ତିର କପୋତଟିଏ ସାଜି ସେ ଗଢୀତୋଳିଥିଲେ ବିଶାଳ ସାମ୍ରାଜ୍ୟ । " : ଅରୁଣ

ଓଡ଼ଗାଁ, ୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ମନ୍ଦିର ରୋଡ଼ କଦମ୍ବ ବୃକ୍ଷ ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ପାହାଡ଼ଭଳି ଶକ୍ତ, ଆକାଶ ଭଳି ବିଶାଳ, ଧରିତ୍ରୀ ଭଳି ଧର୍ଯ୍ୟଶୀଳ ଏବଂ ଜଟିଳତା ଓ କୁଟୀଳତା ଠାରୁ ଅନେକ ଦୂରରେ ଥିବା ଖୋଲା ବହିଟିଏ ସିଏ । ହୃଦୟରୁ ବାହାରି ଆସୁଥିବା ଅଭିବ୍ୟକ୍ତି ଓ ଶବ୍ଦର ଯାଦୁକରୀରେ ଅବଚେତନ ହୋଇଉଠେ ଚେତନ । ପ୍ରାଣରେ ସୃଷ୍ଟି ହେଉଥିଲା ଶିହରଣ । ଦୁର୍ଦ୍ଧଶ ସୈନିକ ଟିଏ ପରି ନିର୍ଭିକ ଭାବେ ସେ ଲମ୍ଫ ପ୍ରଦାନ କରନ୍ତି ଯୁଦ୍ଧ କ୍ଷେତ୍ରରେ । ଶାନ୍ତିର କପୋତଟିଏ ସାଜି ସେ ଗଢୀତୋଳିଥିଲେ ବିଶାଳ ସାମ୍ରାଜ୍ୟ । ଓଡ଼ିଶା ତଥା ଭାରତୀୟ ଜନମାନସର ହୃଦୟ ସିଂହାସନରେ ବିରାଜିତ ସେଇ ଭିନ୍ନ ମନୁଷ୍ୟ ଆଉ କେହି ନୁହେଁ, ସେ ହିଁ ବିଜୟାନନ୍ଦ । ତାଙ୍କୁ ଆଦରରେ ସମସ୍ତେ ଡାକନ୍ତି ବିଜୁ। ପିଲାଟି ଦିନରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଜୁ ବଡ଼ ହେବା ପରେ ବିଶ୍ୱବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସବୁ କିଛି ପରିତ୍ୟାଗ କରି ଉତ୍କଳ ଜନନୀର ସେବା ପାଇଁ ଜନ୍ମ ମାଟି ଓଡିଶାକୁ ବାଛି ନେଇଥିଲେ । ସେ ଦଳ ପାଇଁ ନୁହେଁ କିମ୍ବା ପଦପଦବୀ ପାଇଁ ନୁହେଁ ନିଜ ମାଟି ମା' ମାଆ ମଣିଷ ମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । କେନ୍ଦ୍ରୀୟ ନେତୃତ୍ୱକୁ ପରିତ୍ୟାଗ କରି ଏକ ନୂତନ ଓଡିଶା ଗଠନ କରିବାର ସ୍ୱପ୍ନ ସେ ଦେଖିଥିଲେ । ଏବେ ତାଙ୍କରି ନାଁରେ ନାମିତ ଆଞ୍ଚଳିକ ଦଳ ଭାବେ ଓଡିଶା ରାଜ୍ୟ ତଥା କେନ୍ଦ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବିଜୁ ଜନତା ଦଳ ନିରବଚ୍ଛିନ୍ନ ଭାବେ ୨୫ ବର୍ଷ କାଳ ଶାସନ କରି ଆସୁଛନ୍ତି ।ପର୍ଯ୍ୟାୟକ୍ରମେ ବିଜୁ ବାବୁଙ୍କ ସ୍ବପ୍ନର ଓଡିଶାକୁ ୨୦୩୫ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଚାଲୁ ରହିଛି। ସ୍ବାଧୀନତାର ଶତବର୍ଷିକୀ ପାଳନକୁ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଥିବା ଯୋଜନା ଗୁଡିକୁ ୨୦୪୭ ପୂର୍ବରୁ ଅର୍ଥାତ୍ ୨୦୩୫ ସୁଦ୍ଧା ଶେଷ କରିବା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମ ସଫଳ ହେଲେ ଓଡିଶାବାସୀ ୧୨ ବର୍ଷ ପୂର୍ବରୁ ସ୍ବପ୍ନର ଓଡିଶା ଆମ ଓଡ଼ିଶା ନବୀନ ଓଡିଶା ନୂଆ ଓଡିଶାକୁ ଦେଖିପାରିବେ ବୋଲି ଓଡ଼ଗାଁ କଦମ୍ବ ବଜାର ଠାରେ ଅନୁଷ୍ଠିତ ବିଜୁ ଜନତା ଦଳ ପକ୍ଷରୁ ୧୦୮ ତମ ବିଜୁ ଜୟନ୍ତୀ ପାଳନ ଅବସରରେ ଦିର୍ଘ ସମୟଧରି ଏଭଳି କିଛି ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୟାଗଡ଼ ବିଧାୟକଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷବ୍ୟକ୍ତ କରି ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ୧୦ ପରିବାର ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ମଞ୍ଚରେ ବିଧାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଏହା ଦ୍ବାରା ଦଳ ମଜବୁତ ହେବ ବୋଲି କହିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ,ବିରଜାଲକ୍ଷ୍ମୀ ସାହୁଙ୍କ ସମେତ ନିତ୍ୟାନନ୍ଦ ପ୍ରଧାନ,ବିଭୁପ୍ରସାଦ ସାହୁଙ୍କ ସହିତ ଅନେକ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ରହିଥିଲେ।

0
0
0
s2sdefault