ହେଡଲାଇନସ୍:

ଲୋକଙ୍କ ନିକଟତର ହେଉଛନ୍ତି ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ଯାମଜୋର ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଯଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ଯୋଜନା କିଭଳି ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ । ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନବୀନ କାର୍ଡ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ଲୋଚନ ଶବର, ଓ୍ବାର୍ଡ ମେମ୍ବର ପିଙ୍କି ଶବର, ବିଧାନ ଶବର, ପୂର୍ବତନ ଓ୍ବାର୍ଡ ମେମ୍ବର ନରୋତ୍ତମ ଶବର, ପୂର୍ବତନ ଜିଲ୍ଲା ଶବର ସମାଜ ସଭାପତି ପିତାମ୍ବର ଶବର, ଯୁବନେତା ରୁତୁରାଜ ଶବର, ନରେଶ ଶବର, ପୃଥ୍ୱୀରାଜ ଶବର, ଜୟନ୍ତ ଶବର, ଲମ୍ବୋଦର ସୁନାନୀ, ଆଶୁତୋଷ ବେହେରା, ସବିର ନାଏକ, ବିଷ୍ଣୁ ନାଗ, ଯୁବ-ଛାତ୍ର ମହିଳା, ବରିଷ୍ଠ କର୍ମକର୍ତ୍ତା ତଥା ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

0
0
0
s2sdefault