ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ , ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ କୁନ୍ତଳା ମଲ୍ଲିକ , ଉପା-ଅଧ୍ୟକ୍ଷା , ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ଏସ୍.ବାଲା ରାଜୁ , ଜିଲ୍ଲା ପରିଷଦ ସଭ୍ୟ ଗୋଷାଣୀ ବ୍ଲକ୍ , ଶ୍ରୀମତୀ ସନ୍ଧ୍ୟାରାଣୀ ଶବର , ଜିଲ୍ଲା ପରିଷଦ ସଭ୍ୟ ଗୁମ୍ମା ବ୍ଲକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ପ୍ରମୁଖ ମଞ୍ଚାସୀନ ରହି ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜୀବନୀ ଓ ରାଜ୍ୟ ସରକାରଙ୍କର ଉନ୍ନତ ମୂଳକ କାର୍ଯ୍ୟ , ସଫଳ ରୂପାୟନ ସଂପର୍କରେ ବିସ୍ତୃତ ଭାବରେ କହିଥିଲେ।
ସମସ୍ତେ ମିଳିତ ଭାବେ କାର୍ଯ୍ୟ କରି ଏକ ଶିଶୁ ଅନୁକୂଳ , ସ୍ୱଚ୍ଛ , ସବୁଜ ଏବଂ ସୁସ୍ଥ ପଞ୍ଚାୟତ ଗଠନ କରିବା ନିମନ୍ତେ ସମସ୍ତ ଜନସାଧାରଣ ଏକାଠି ହୋଇ କାମ କରାଇବାକୁ ଅତିଥିମାନେ କହିଥିଲେ। ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ , ଲୋକ ପ୍ରିୟ ଜନନାୟକ , ଗରିବ ଓ ଅବହେଳିତ ଙ୍କ ଆଶା ଓ ଭରଷା। ଲୋକ ମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ସହ ପ୍ରେରଣା ପ୍ରଦାନ କରିବାରେ ବିଜୁ ପଟ୍ଟନାୟକଙ୍କର ଅଦ୍ଭୁତ କ୍ଷମତା ରହିଥିଲା।
ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ଗ୍ରାମ ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି ପ୍ରଥମ ପୁରସ୍କାର ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ୍ୟ ୫୦
ହଜାର ଟଙ୍କା ପ୍ରଦାନ କରାଯାଇଛି , ଦ୍ୱିତୀୟ ସ୍ଥାନରେ ଆର.ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ୍ୟ ୨୫ ହଜାର ଟଙ୍କା ଓ ତୃତୀୟ ସ୍ଥାନରେ ମୋହନା ବ୍ଲକର ମୋହନା ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
ସେହିପରି ପୁଷ୍ଟି ପଞ୍ଚାୟତ ପୁରସ୍କାରରେ ଗୋଷାଣୀ ବ୍ଲକର ଲାବନ୍ୟଗଡ ଗ୍ରାମ ପଞ୍ଚାୟତକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯାଇଛି ଓ ଜିଲ୍ଳାର ପାଞ୍ଚ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର କୁ ମଧ୍ୟ ପୁରସ୍କୃତ କରଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଳା ପରିଷଦ ଶ୍ରୀଯୁକ୍ତ ପୃତିବ ରାଜ ମଣ୍ଡଳ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁମଣୀ ନାୟକ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା , ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ ଓ ଜନପ୍ରତିନିଧି ସମେତ ଜିଲ୍ଲାପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳିତ
- Hits: 303







