ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ହେଉଛି ୫ ମାର୍ଚ୍ଚ ୨୦୨୪ ମଗଂଳ ବାର ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୮ ତମ ଜନ୍ମଜୟନ୍ତୀ ତଥା ପଞ୍ଚାୟତ ରାଜ୍ ଦିବସ ଭାବେ ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ଓ ପଞ୍ଚାୟତ ମାନଙ୍କ ରେ ପାଳିତ ହୋଇଛି ବିଜୁ ଜୟନ୍ତୀ ଉତ୍ସବ। ଏଥିନିମନ୍ତେ ଭଞ୍ଜମାଟି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଥିବା ବିଭିନ୍ନ ପଞ୍ଚାୟତ ଅଫିସ୍ ରେ ଖୁବ ଆଡ଼ମ୍ବରରେ ପାଳିତ ହୋଇଛି ଏହି ଉତ୍ସବ।
ଏହାସହିତ ଭଞ୍ଜନଗର ର ବିଭିନ୍ନ ଛକ ସ୍ଥାନରେ ଥିବା ପ୍ରବାଦ ପୁରୁଷ ବିଜୁପଟନାୟକ ଙ୍କ ଉଚ୍ଚ ଉଚ୍ଚ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସ୍ଥାନୀୟ ବିଜୁଜନତା ଦଳର ଅନେକ ପ୍ରତିନିଧି, କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା । ଏହି ୧୦୮ ତମ ବିଜୁବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା ରାଜ୍ୟ ବିଧାନସଭା ପରିସରରେ ଥିବା ବିଜୁପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଭଞ୍ଜନଗର ର ବିଧାୟକ ତଥା ଓଡ଼ିଶା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ ସହିତ ଅନ୍ୟ ସଦସ୍ୟ ମାନେ ମଧ୍ୟ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଵିଜୁ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ତଥା ଓଡ଼ିଶା ମାଟିର ଜଣେ ଉତ୍ତୁଙ୍ଗ ଜନନାୟକ। ସେ ଥିଲେ ସାହସୀ, ସ୍ଵାଭିମାନୀ, ଯୁଗଶ୍ରଷ୍ଠା ଓ ଦୁରଦ୍ରଷ୍ଟା ରାଜନେତା। ୫ ମାର୍ଚ୍ଚ ୧୯୧୬ ରେ ଗଞ୍ଜାମ ଜିଲ୍ଲାର ଆସିକା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଭଞ୍ଜମାଟି ଭଞ୍ଜନଗର ନିକଟବର୍ତ୍ତୀ ଘୁ ନୁଆଁ ଗାଁ ରେ ତାଙ୍କରି ପୈତୃକ ବାସଭବନରେ ସେ ଜିବନ ର ଅନେକ ସମୟ ଅତିବାହିତ କରିଛନ୍ତି। ପ୍ରବାଦ ପୁରୁଷ ବିଜୁବାବୁଙ୍କ ବ୍ୟକ୍ତିତ୍ବ ଏତେ ଉଚ୍ଚ କୁ ଛୁଇଁ ପାରିଥିଲା ଯେ, ସସମ୍ନାନ ତାଙ୍କରି ପାର୍ଥିବ ଶରୀର ଉପରେ ଭାରତ, ଇଣ୍ଡୋନେସିଆ ଓ ରୁଷିଆ ପରି ତିନୋଟି ଦେଶର ଧ୍ୱଜା ଘୋଡାଇ ହୋଇଥିଲା। ସେଥିପାଇଁ ସେ ତିନୋଟି ଦେଶର ସମ୍ନାନ ଭୂମିପୁତ୍ର, ଅର୍ଡର୍ ଅଫ୍ ଲେନିନ୍ ଓ କଳିଙ୍ଗ ପୁରସ୍କାର ପ୍ରାପ୍ତ କରିଥିଲେ।
ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ଓ ପଞ୍ଚାୟତ ମାନଙ୍କ ରେ ପାଳିତ ହୋଇଥିବା ପଞ୍ଚାୟତିରାଜ ଦିବସ ତଥା ବିଜୁ ଜୟନ୍ତୀ ଉତ୍ସବ ରେ ଯୋଗଦାନ କରିଥିଲେ ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ଉପ ନଗରପାଳ ଶ୍ରୀମତୀ ଶୁଭଶ୍ରୀ ଦାସ, ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନରୀସଭା ନାୟକ ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ, ସାଂସଦ ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ, ଦିବାକର ନାୟକ, ସମାଜସେବୀ ଶ୍ରୀ ଶୂଳପାଣି ସତପଥି ସମେତ ଅନେକ ସରପଞ୍ଚ ଓ କାର୍ଯ୍ୟକର୍ତ୍ତା ମାନେ।







