ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରେ ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ, ଦିବ୍ୟାଙ୍ଗ, ଭୂମିହୀନ ଆଦି ସବୁରି ମୁହଁରେ ଫୁଟିଛି ହସ l ଵିକାଶ ପରେ ବିକାଶର ଧାରା ଅନବରତ ଜାରି ରହିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯାହା କେବଳ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ ଏବଂ ପ୍ରୟାସ ପାଇଁ ସମ୍ଭବ ହୋଇପାରିଛି ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି l ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୃଦ୍ଧ,ବୃଦ୍ଧା,ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ଏବଂ ସିକିମ ସତ୍ଵ ଅଧିକାରୀ ମାନଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବିରଞ୍ଚିନାରାୟଣ ବେହେରା ଙ୍କ ପୌରହିତ୍ୟରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ୧୬୦୦ ହିତାଧିକାରୀଙ୍କୁ ବନ୍ଧିତ ଭତ୍ତା ଏବଂ ୧୦୦ ଜଣ ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଥିଲେ । ଦଳଗତ ନିର୍ବିଶେଷରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ହିତାଧୁକାରୀଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ହେବା ସହିତ ଯେଉଁମାନେ ଆଜି ଆବେଦନ କରି ଭତ୍ତା ପାଇବାରୁ ବଞ୍ଚିତ ହେଲେ ସେମାନଙ୍କୁ ଖୁବ୍ ଶୀଘ୍ର ଭତ୍ତା ଦେବାର ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ ପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଅତିରିକ୍ତ ତହସିଲଦାର ଅଭୟ ପତିହାରୀ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,କୃଷକ ନେତା ଜ୍ୟୋତିପ୍ରକାଶ ସାଇଁ, ଜିଲ୍ଲାପରିଷଦ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଯୁବନେତା ନିତ୍ୟାନନ୍ଦ ସେଠୀ, ମନୋଜ ସେଠୀ,ପ୍ରମୋଦ ସାଇଁ ଙ୍କ ସମେତ ବହୁ ସରପଞ୍ଚ , ସମିତିସଭ୍ୟ ସଭ୍ୟା ଏବଂ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଶେଷରେ ସମସ୍ତ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଥିଲେ l







