ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କଣ୍ଟାପଡା ଗ୍ରାମରେ ପବିତ୍ର ରଜ ପର୍ବ ଉପଲକ୍ଷେ ପାଞ୍ଚ ଦିନ ଧରି ପାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ମହତ କାର୍ଯ୍ୟକ୍ରମ ଚଳିତ ବର୍ଷ ୧୦୫ ବର୍ଷ ରେ ପଦାର୍ପଣ କରି ଥୀବା ବେଳେ କଣ୍ଟାପଡା ଗ୍ରାମର ଅଧିବାସି ଙ୍କ ସମେତ ଆଖ ପାଖ ଗ୍ରାମର ଅଧିବାସୀ ମାନେ ବି ସାହାଯ୍ୟ ସହଯୋଗ କରିଥାନ୍ତି l ପ୍ରଥମ ଦିନ ଗାୟିକା କଲ୍ଲୋଳିନି ପୁଜାରିଣୀ ସ୍ୱାଇଁ ଓ ତାଙ୍କ ସାଥି ଙ୍କ ପାଲା ପରିବେଷଣ ଖୁବ ଭଲ ଥିଲା l ଦର୍ଶକ ମାନେ ଧୀର ସ୍ଥିର ଭାବେ ବସି ପାଲା କୁ ଉପଭୋଗ କରୂ ଥିବାର ଦେଖିବାକୁ ମିଳିଥିଲା l ଗ୍ରାମର ଗ୍ରାମ ଦେବତୀଙ୍କ ଆଗରେ ହେଉଥିବା, ପାଲା ହେଉ କି, କିଛି କାର୍ଯ୍ୟକ୍ରମ ହେଉ, ତାହାର ମୁଖ୍ୟ ହେଉଛନ୍ତି, ଗ୍ରାମର ମୁରବି ଅମିୟ କୁମାର ପଟନାୟକ l କଣ୍ଟାପଡା ଗ୍ରାମର କ୍ଷେତ୍ରବାସି ଓଝା, ଅଜୟ ପଟ ନାୟକ, ହେମନ୍ତ କୁମାର ମଲ୍ଲିକ,ଅନିଲ କୁମାର ସ୍ୱାଇଁ, ଚରଣ ଓଝା, ବିଜୟ ପଟନାୟକ, ସୁଜିତ କୁମାର ଙ୍କ ସମେତ ପ୍ରମୁଖ ଗ୍ରାମ ବାସି ମାନେ ସତ୍ୟନାରାୟଣ ପାଲା ପରିଷଦ ର ସଭ୍ୟ ମାନେ ରହି ଉକ୍ତ କାର୍ଯ୍ୟକ୍ରମ ସବୁ ହାତକୁ ନେଇ ଛନ୍ତି l
ରାଜ୍ୟ
ରଜପର୍ବ ଉପଲକ୍ଷେ କଣ୍ଟାପଡା ଗ୍ରାମରେ ପାଲା l
- Hits: 12







