ହେଡଲାଇନସ୍:

କୃଷି ବିଜ୍ଞାନ କେନ୍ଦ୍ରରେ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁରରେ ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାଟି ତା ୦୧.୦୩.୨୦୨୪ ରିଖରୁ ଆରମ୍ଭ ହୋଇ ତା ୦୨.୦୩.୨୦୨୪ ରିଖରେ ଉଦଯାପିତ ହୋଇଥିଲା। ଏହି ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର କର୍ମଶାଳାରେ କୃଷି ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଯଥା ଚାଷରେ ହେଉଥିବା ବିଭିନ୍ନ ରୋଗପୋକ ଏବଂ ଏହାର ଦୈନିକ ନିରାକରଣ ପଦ୍ଧତି, ମୃତ୍ତିକା ପରୀକ୍ଷାର ଗୁରୁତ୍ଵ ଏବଂ ଏହାର ମାନ ଉନ୍ନତିର ପଦ୍ଧତି, ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ମହୁଚାଷ ,ଜିଆଖତ ଚାଷ, ଛତୁଚାଷ, ପନିପରିବା ଚାଷ, ମାଛଚାଷ, ଉନ୍ନତ ମାନର ବିଭିନ୍ନ କୃଷି ଯନ୍ତ୍ରପାତି ଏବଂ ପ୍ରାକୃତିକ କୃଷି ଆଦି ଦିଗ ଉପରେ ବିଶେଷ ଭାବରେ ପ୍ରର୍ଯ୍ୟାଲୋଚନା କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଜୀବନଜୀତ୍ ସେନ୍ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦୁଇଦିନିଆ କର୍ମଶାଳାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୨୫ ଜଣ ଇଚ୍ଛୁକ ମାନ୍ୟଗଣ୍ୟ ଚାଷୀ ଯୋଗଦାନ କରିଥିଲେ। ଏହି କର୍ମଶାଳାଟିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କାଜୁ ବିଭାଗର ମୁଖ୍ୟ ଡଃ କବିତା ସେଠୀ, KVIC ମହୁମାଛି ପାଳନର ପ୍ରମୁଖ ବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ଷଡଙ୍ଗୀ, ଓ.ଏଲ୍.ଏମ୍ ର ଜିଲ୍ଲା ତାଲିମ୍ ପ୍ରଦାନକାରୀ ଶ୍ରୀଯୁକ୍ତ ବସନ୍ତ ଦାସ, ଏ ଡି ଓ, ତିର୍ତ୍ତୋଲ ଶ୍ରୀଯୁକ୍ତ ପୂର୍ନେନ୍ଦୁ ଶେଖର ଆଚାର୍ଯ୍ଯ ଆଦି ଯୋଗଦେଇ କୃଷି ସମ୍ବନ୍ଧରେ ବହୁ ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ରୋଗପୋକ ବୈଜ୍ଞାନିକ ଶ୍ରୀଯୁକ୍ତ ଦେବାଶିଷ ପଣ୍ଡା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହିତ ଜୈବିକ ପ୍ରଣାଳୀରେ କିପରି ରୋଗପୋକକୁ ନିୟନ୍ତ୍ରଣ କରିହେବ ସେ ସମ୍ବନ୍ଧରେ ବିଶେଷ ଆଲୋକପାତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବିଭାଗର ବୈଜ୍ଞାନିକ ଡକ୍ଟର ପ୍ରଦୀପ୍ତ ମାଝୀ, କୃଷି ଯନ୍ତ୍ରପାତିର ବୈଜ୍ଞାନିକ ଡକ୍ଟର ଦ୍ୱାରିକା ମୋହନ ଦାସ, ଗୃହ ବିଜ୍ଞାନର ବୈଜ୍ଞାନିକ ଶ୍ରୀମତୀ ସସ୍ମିତା ପୁରୋହିତ, ମତ୍ସ୍ୟ ବିଜ୍ଞାନ ସହାୟିକା ଶ୍ରୀମତୀ ସରିତା ଦାସ, ଫାର୍ମ ମ୍ୟାନେଜର ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରଧାନ, ଉଦ୍ଭିଦ ସ୍ୱାସ୍ଥ୍ୟ ପରୀକ୍ଷାଗାରର ସହାୟିକା ବିଜୟନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି କାର୍ଯ୍ଯକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault