ହେଡଲାଇନସ୍:

ଓଁ କାର ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃତଜ୍ଞତା ଜଣାଇଲେ ମନ୍ଦିର ଟ୍ରଷ୍ଟ ର ସଭ୍ୟ ।

ସାରସକଣା (ଶାସକ ପ୍ରଶାସକ):: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଓଁ କାର ମନ୍ଦିର (ଗୋଲାପମଣି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଚାକଦହ ) ର ରକ୍ଷଣାବେକ୍ଷଣ ପାଇଁ ମୂଖ୍ୟ ମନ୍ତ୍ରୀ ଙ୍କ ସ୍ବତନ୍ତ୍ର ସହାୟକ ଯୋଜନା ରେ ଅର୍ଥ ମଞ୍ଜୁର କରିଛନ୍ତି । ଏଥିପାଇଁ ମନ୍ଦିର ଟ୍ରଷ୍ଟ ର ସଭ୍ୟ ମାନଙ୍କ ପକ୍ଷରୁ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ - ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ଗତ ୧୯ ଡିସେମ୍ବର ୨୦୨୩ ରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ । ଉକ୍ତ ସମୟରେ ବାରିପଦା ଠାରେ ଓଁ କାର ମନ୍ଦିର ଟ୍ରଷ୍ଟ ର ସଭ୍ୟ ମାନେ ବିଭିନ୍ନ ଦାବୀ ସମ୍ମିଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫- ଟି ସଚିବ ଶ୍ରୀ ପାଣ୍ଡିଆନ ଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଓଁ କାର ମନ୍ଦିର ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଁ କାର ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ପ୍ରଥମ ପର୍ଯ୍ୟାୟ ରେ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ସଭ୍ୟ ପକ୍ଷରୁ ନବୀନ ପଟ୍ଟନାୟକ, ୫ - ଟି ଅଧ୍ୟକ ଭି କେ ପଣ୍ଡିଆନ୍, ଜିଲ୍ଲାପାଳ ଆଶିଷ ଠାକରେ ଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟ ରେ ସ୍ଥାନୀୟ ସାରସକଣା ନିର୍ବାଚନ ମଣ୍ଡଳୀ ର ବିଜେଡି କୋଡ଼ିନେଟର (ଆମ ଓଡିଶା ନବୀନ ଓଡ଼ିଶା) ଅମରେନ୍ଦ୍ର କର ଙ୍କୁ ମନ୍ଦିର ଟ୍ରଷ୍ଟ ସଭ୍ୟ ସୁମନ୍ତ ଘୋଷ, ମୋହିତ କୁମାର ମଣ୍ଡଳ, ରବିନ୍ଦ୍ର ଦଣ୍ଡ ପର୍ଟ,ସୁବୋଧ ଚନ୍ଦ୍ର ବିନ୍ଧାଣୀ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୟୂରଭଞ୍ଜ ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ।

0
0
0
s2sdefault