ପଦ୍ମପୁର /ଶିବାଶିଷ ପଟ୍ଟନାୟକ l :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁର ପରିସରରେ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ଏହି କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ଓ ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବର୍ଗେ ସଭାର ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ମତଦାତା ଦିବସ ଉପଲକ୍ଷେ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ସାହାଯ୍ୟ କରିଥିଲେ । ମତଦାତା ଦିବସରେ ଛାତ୍ରୀମାନେ ମତଦାନ ଅଧିକାରର ଉପଦେୟତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।
ରାଜ୍ୟ
ଜାତୀୟ ମତଦାତା ଦିବସ ପାଳିତ l
- Hits: 192







