ଜଗତସିଂହପୁର,ତା-୨୫/୦୧/୨୦୨୪/ସୁମନ୍ତକୁମାରଦାସ: ସ୍ଥାନୀୟ ମାରେଡା ଗ୍ରାମ, ବ୍ଲକ ନାଉଗାଁ, ଜଗତସିଂହପୁର ଜିଲାରେ, ଏକ କୃଷି ଯନ୍ତ୍ରପାତି ବିତରଣ ଉତ୍ସବ ଓ ଟ୍ରେନିଙ୍ଗ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଆସିଥିବା ଡ଼:ରବିରତ୍ନ ଦାସ ଓ ଡ଼: ମ: ଅବଦୁଲ ଅଲିମ୍ ଓ ଡ଼:ଅଜିତ୍ କୁମାର ସାହୁ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜଗତସିଂହପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଜୀବନଜୀତ୍ ସେନ୍ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଫସଲରେ ଅନାବନା ଘାସ ର ସମନ୍ଵିତ ପରିଚାଳନା ପଦ୍ଧତି ବିଷୟରେ ଅଖିଳ ଭାରତୀୟ ତୃଣକ ର ବୈଜ୍ଞାନିକ ଓ ମୁଖ୍ୟ ଡ଼: ରବିରତ୍ନ ଦାସ ବିସ୍ତୃତ ଭାବରେ ଚାଷୀଭାଇ ମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ତଫସିଲଭୁକ୍ତ ଜାତିର ୫୦ଜଣ ଚାଷୀମାନଙ୍କ ବିଭିନ୍ନ ଚାଷ ଉପକରଣ ଯନ୍ତ୍ରପାତି ଯଥା (କୋଦାଳ, କୋଢି ଓ ଦା ) ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ SCSP-2023-24 ଅନ୍ତର୍ଗତ ହୋଇଥିଲା। ଡ଼: ଅଲିମ୍ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଡ଼: ଅଜିତ୍ ସାହୁ ମଧ୍ୟ ଚାଷୀ ମାନଙ୍କର ନଡ଼ିଆ ଓ ତାଳ ଗଛର ଯତ୍ନ ବିଷୟରେ ଚର୍ଚ୍ଚା କରିଥିଲେ। ଏଥିରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡଃ ପ୍ରଦୀପ୍ତ ମାଝି ଏବଂ ଶ୍ରାଯୁକ୍ତ ଦେବାଶିଷ ପଣ୍ଡା ମୃତ୍ତିକା ପରିଚାଳନା ଓ ରୋଗପୋକ ନିୟନ୍ତ୍ରଣ ବିଷୟରେ ଆଲୋଚନା କରିଥିଲେ, ଏଥିରେ ନାଉଗାଁ କୃଷିବିଭାଗର ଅଧିକାରୀ ଶ୍ରାଯୁକ୍ତ ବିଶ୍ୱଜିତ ପରିଡ଼ା ଯୋଗଦେଇ ବିତରଣ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ରାଜ୍ୟ
କୃଷି ଯନ୍ତ୍ରପାତି ବିତରଣ ସହ ଟ୍ରେନିଙ୍ଗ ପ୍ରୋଗ୍ରାମ ଆରମ୍ଭ
- Hits: 315







