ହେଡଲାଇନସ୍:

୧୪ ତମ ରାଷ୍ଟ୍ରୀୟ ଭୋଟର ଦିବସରେ ବିଜେପି ଯୁବମୋର୍ଚ୍ଚା ତରଫରୁ "ନମୋ ନବ ମତଦାତା ସମ୍ମିଳନୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟାଡିୟମ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ୧୪ ତମ ରାଷ୍ଟ୍ରୀୟ ଭୋଟ ର ଦିବସ ଅବସରରେ ନମୋ ନୂତନ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଦେଶର ନୂତନ ମତଦାତା ଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ।ପ୍ରଥମ କରି ନୂତନ ମତଦାତା ଙ୍କୁ ପ୍ରଧାନ ମନ୍ତ୍ରୀ ନବ ଭାରତ ଗଠନ ରେ ଯୁବକ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଦେଶ ଗଠନ ରେ ଯୁବକ ଙ୍କ ଭାଗିଦାରିତା ,ସକ୍ରିୟ ନାଗରିକ ଓ ଉତ୍ତରଦାୟିତ୍ୱ ରହିବା ସହ ଗଣତନ୍ତ୍ର ର ସୁରକ୍ଷା କରିବା ଦିଗରେ ଗୋଟିଏ ପାଦ ଆଗକୁ ଯିବା କହିଥିଲେ। ଏକ ଉଜ୍ଜଳ ଭାରତ ଗଠନ ନିମନ୍ତେ ପ୍ରଥମ ଥର ବିଜେପି ଯୁବମୋର୍ଚ୍ଚା ତରଫରୁ ସାରା ଦେଶରେ ୫୦୦୦ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଆଜି ଡାବୁଗାଁ ଠାରେ ଆୟୋଜିତ ନବ ମତଦାତା ସମ୍ମିଳନୀ ରେ ବହୁ ସଂଖ୍ୟାରେ ନୂତନ ଭୋଟର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ, ବରିଷ୍ଠ ଓକିଲ ଦିବାନ ସିଂ, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶୁଭ ଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ , ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ, ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର, ଡାବୁଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ୱାଇ ରାଜ ଶେଖର ଦୋରା, ନରେଶ ସିଂ, ନୁରୂ ସିଂ,ମନବୋଧ ଭତରା, ଜଗଦୀଶ ଭତରା, ମହେଶ ରାୟ ପାତ୍ର, ଭୀମସେନ ଜେନା, ମହେନ୍ଦ୍ର ନାୟକ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault