ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୧୪୪ଟି ଏବଂ ଉଠା ଜଳସେଚନ ବିଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣି ପଞ୍ଚାୟତର କାର୍ଯ୍ୟକରୀ ହେଉଅଛି। ଆଜିର ଏହି ଉତ୍ସବରେ ମାନ୍ୟବର ସାଂସଦ , ବ୍ରହ୍ମପୁର , ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ଋଷିକୁଲ୍ୟା ବାହୁଦା ବଂଶଧାରା ନାଗାବଳୀ ଅବବାହିକା ବ୍ରହ୍ମପୁର ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଶର୍ମା , ଜିଲ୍ଲା ପରିଷଦ ସଭାପତି ଗଜପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବଳରାମ ସୁବୁଦ୍ଧି , ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଏବଂ ମୃତ୍ତିକା ସଂରକ୍ଷଣ ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ , ଉପ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ ରଞ୍ଜନ ଦାଶ ପ୍ରମୁଖ ଅତିଥି ବୃନ୍ଦ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଓଡିଆ ପ୍ରବନ୍ଧ ଲିଖନ , ଚିତ୍ରାଙ୍କନ , ସାଧାରଣଜ୍ଞାନ , ଓଡିଆ ବକୃତା ଏବଂ ମଡେଲ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ କୃତିତ୍ଵ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ୮ମ ଠାରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ସଭା ମଞ୍ଚରେ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀ ଚିକିତ୍ସା , କୃଷି , ଉଦ୍ୟାନ , ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା।
ଏଥିରେ ମଞ୍ଚ ସଞ୍ଚାଳିତ ରୂପରେ ଇଞ୍ଜିନିୟର ଶ୍ରୀ ମୋହିତ ଆଚାର୍ଯ୍ୟ , ସହକାରୀ ନିର୍ବାହୀ ଯନ୍ତ୍ରୀ , ଗଜପତି ଜଳସେଚନ ଉପ-ପ୍ରଭାଗ , ବିଭାଗର ସମସ୍ତ ଅଧିକାରୀ , କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ ସୂଚାରୁ ରୂପେ ସମ୍ପାଦନ କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ
- Hits: 250







