ହେଡଲାଇନସ୍:

ଗୋତି ଶ୍ରମିକ ପ୍ରଥା ଏବଂ ଆନ୍ତଃରାଜ୍ୟ ଶ୍ରମିକ ପ୍ରବାସନର  ବିଲୋପ ଜରୁରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାନବାଧିକାର କମିଶନ ପକ୍ଷରୁ ଗୋତି ଶ୍ରମିକ ବିଲୋପ ସମ୍ପର୍କିତ କର୍ମଶାଳା

 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡ଼ିଶା ମାନବାଧିକାର କମିଶନ ଆନୁକୂଲ୍ୟରେ ଗୋତି ଶ୍ରମିକ ପ୍ରଥା ତଥା ଆନ୍ତଃ ରାଜ୍ୟ ଶ୍ରମିକ ପ୍ରବାସନ ବିଲୋପ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ବାଲେଶ୍ୱର ଜିଲ୍ଲା ପରିଷଦ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପଂଚାୟତିରାଜ ବିଭାଗ ଓ  ଶ୍ରମ ଏବଂ ଇଏସଆଇ ବିଭାଗ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଓଡିଶା ମାନବାଧିକାର କମିଶନ ସଚିବ ଏ.ସି. ଶିଅଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବି.କେ.ମିଶ୍ର ଏଥିରେ ଯୋଗ ଦେଇ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାକ୍ତନ କେନ୍ଦ୍ର ଶ୍ରମ ବିଭାଗର ପ୍ରାକ୍ତନ ସଚିବ ତଥା ‘ଜାତୀୟ ମାନବାଧିକାର କମିଶନ’ର ସ୍ୱତନ୍ତ୍ର ରାପୋର୍ଟର ଡ. ଏଲ.ଡି.ମିଶ୍ର ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୋତି ଶ୍ରମିକ ପ୍ରଥା ଏବଂ ଆନ୍ତଃରାଜ୍ୟ ଶ୍ରମିକ ପ୍ରବାସନ ବିଲୋପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଗୋତି ଶ୍ରମିକ ଓ ପ୍ରବାସି ଶ୍ରମିକ ବ୍ୟବସ୍ଥାର ବିଲୋପ ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୀତ ବିଭିନ୍ନ ଆଇନର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପ୍ରଦାନ, ବିଭିନ୍ନ ସମୟରେ ସୁପ୍ରିମ କୋର୍ଟ ଏବଂ ବିଭିନ୍ନ ରାଜ୍ୟର ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁସରଣ, ଗୋତି ଶ୍ରମିକମାନଙ୍କର ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ, ଭାଗଚାଷୀଙ୍କୁ ସେମାନଙ୍କ ହକ୍ ପ୍ରଦାନ, ଚାଷୀଙ୍କ ଉପôାଦିତ ଫସଲ ବିକ୍ରି ବ୍ୟବସ୍ଥା ତଥା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ସହଜ ଋଣ ପ୍ରଦାନ ଏବଂ ଆତ୍ମନିଯୁକ୍ତି ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଆଦି ବିଷୟମାନ ଉପରେ ଜଷ୍ଟିସ୍ ମିଶ୍ର ଆଲେଶକପାତ କରିଥିଲେ ।‘ଓଡିଶା ମାନବାଧିକାର କମିଶନର ଏ.ଡି.ଜି ତଥା ନିର୍ଦ୍ଦେଶକ  (ତଦନ୍ତ) ଏସ.ଏମ.ନର୍ଭାନେ ମୁଖ୍ୟ ବକ୍ତାଙ୍କ ପରିଚୟ ପ୍ରଦାନ ସହିତ କମିଶନ’ର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ପୂର୍ବାଂଚଳ ଆଇ.ଜି. ବିନୟତୋଷ ମିଶ୍ର, ଆରକ୍ଷୀ ଅଧୀକ୍ଷକ ନୀତି ଶେଖରଙ୍କ ସମେତ ଶ୍ରମ ଓ ପଂଚାୟତିରାଜ ବିଭାଗର ରାଜ୍ୟସ୍ତରୀୟ ଅଧିକାରୀ  ଏବଂ ଅନ୍ୟାନ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ବି.ଡି.ଓ., ତହସିଲଦାର, ଅତିରିକ୍ତ ଏସ.ପି., ଡି.ଏସ.ପି., ଆଇ.ଆଇ.ସି., ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault