ହେଡଲାଇନସ୍:

ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଉଦ୍‌ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଙ୍ଗୋଲି, ସାଧାରଣଜ୍ଞାନ ସହିତ ଏକକ ଅଭିନୟ ଓ ର‌୍ୟାମ୍ପ୍ ସୋ' ର ଜଲୱା

ଭବାନୀପାଟଣା,୧୬/୦୧( ରୋହିତ କୁମାର ନାଏକ )-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସନ୍ତୋଷିନୀ ଦାସ, ପୂର୍ବତନ ପୌରାଧ୍ୟକ୍ଷା ଲଳିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ । ମହିଳା ଉପସମିତିର ଅଧ୍ୟକ୍ଷା ଜ୍ୟୋତିରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଆବାହକ ପ୍ରୀତି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ମହିଳା ଉପସମିତିର ସହଅଧ୍ୟକ୍ଷା ଯାଜ୍ଞସେନୀ ବେହେରା, ସଦସ୍ୟା ପୁଷ୍ପମିତ୍ରା କାନୁନଗୋ, ରାଜଲକ୍ଷ୍ମୀ ଦାସ, ସୁକାନ୍ତୀ ସରାଫଙ୍କ ସମେତ ବସନ୍ତ ପଟ୍ଟନାୟକ, ଗୀତା ପଟ୍ଟନାୟକ, ନୂପୁର ପଟ୍ଟନାୟକ, ସରୋଜା ମହାନ୍ତି, ସଂଯୁକ୍ତା ସା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ରଙ୍ଗୋଲୀ ପ୍ରତିଯୋଗିତାରେ ସସ୍ମିତା କୁମାରୀ ତ୍ରିପାଠୀ ପ୍ରଥମ, ସୁଭଦ୍ରା ନାଏକ ଦ୍ୱିତୀୟ, ସନ୍ତୋଷିନୀ ନିଆଲ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଈପ୍‌ସିତା ପଣ୍ଡା, ଗୀତାଞ୍ଜଳୀ ପଟ୍ଟନାୟକ ଓ ସୁଲୋଚନା ପାଢୀ ବିଚାରକ ଦାୟିତ୍ୱ ତୁଲାଇଥିଲେ । ଏକକ ଅଭିନୟରେ କବିତା ଖୈତାନ ପ୍ରଥମ, ନିବେଦିତା ମହାନ୍ତି ଦ୍ୱିତୀୟ, ସୁଜାତା କୁମାରୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବିଚାରକ ଭାବେ ସ୍ୱର୍ଣ୍ଣକାନ୍ତି ବୈକାର, ମିନତୀ ବେହେରା, ଗୀତା ମହାନ୍ତି ଦାୟିତ୍ୱ ତୁଲାଇଥିଲେ । ସାଧାରଣଜ୍ଞାନ ପ୍ରତିଯୋଗିତାରେ ଦିବ୍ୟ ଶ୍ରୀକର ପ୍ରଥମ, ସରିତାରାଣୀ ରଥ ଦ୍ୱିତୀୟ, ଇତିଶ୍ରୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବିଚାରକ ଭାବେ ହେମା ସାଠୁଆ, ଛନ୍ଦିତା ଦାସ, ମମତା ତ୍ରିପାଠୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ସେହିପରି ର‌୍ୟାମ୍ପ ୱାକ ସୋରେ ସସ୍ମିତା ରଣା ପ୍ରଥମ, ନିକିତା ବେହେରା ଦ୍ୱିତୀୟ, ତନୁଜା ବାଗ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ପ୍ରିୟା ଏସ୍‌, ସୁବିଦିତା ପଟ୍ଟନାୟକ ଓ ଲିଲି ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ ।

0
0
0
s2sdefault