ହେଡଲାଇନସ୍:

ବଡ଼ ଧୁମ୍ ଧାମରେ ପାଳନ ହେଲା ମୟୂରଭଞ୍ଜ ର ଗଣପର୍ବ ମକର ସଂକ୍ରାନ୍ତି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ମକର ସଂକ୍ରାନ୍ତି ରେ ମକରପର୍ବ ଏକ ମୟୂରଭଞ୍ଜ ର ବଡ଼ ପର୍ବ। ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆବଳ ବୃଦ୍ଧ ବନିତା ସମସ୍ତେ ଧୁମଧାମରେ ପାଳନ କରନ୍ତି ଏହି ମକର ପର୍ବ । ସୂଚନା ଅନୁସାରେ ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କ ଉତ୍ତରାୟଣ ମକର ସଂକ୍ରାନ୍ତି ରୁ ଆରମ୍ଭ ହୁଏ ,ଏହି ଅବସରରେ ଭାରତବର୍ଷର ଉତ୍ତରପ୍ରଦେଶରେ ଥିବା ପ୍ରୟାଗରଜ୍ ଠାରେ ପାଳନ ହୁଏ ହଜାର ହଜାର ସାଧୁ ସନ୍ଥ ଙ୍କ ସମ୍ମିଳିତ ରେ କୁମ୍ଭ ମେଳା । ମକର ର ଗଣପର୍ବ ମକର ସଂକ୍ରାନ୍ତି। ଏହି ପର୍ବ ରେ ପ୍ରାୟ ଅବାଳ ବୃଦ୍ଧ ବନିତା ସମସ୍ତେ ଭୋର୍ ତିନିଟା ରୁ ଉଠି ମକର କୁମା ପୁହନ୍ତି ଏଵଂ ସକାଳୁ ନଦୀରେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରନ୍ତି । ତେବେ ପର୍ବରେ ପ୍ରତ୍ୟେକ ଗ୍ରାମର ଘରେ ଘରେ ଏବଂ ଗ୍ରାମ ଦେବତିଙ୍କ ସହିତ ଭଗବାନ ସଦାଶିବଙ୍କୁ ପାଖରେ ନୂଆ ଆରୁଆଚଉଳ ଘିଅ ଗୁଡା ମହୁ ସହିତ ବିଭିନ୍ନ ପ୍ରକାର ଫଳ ମୂଳ ରେ ମିଶ୍ରିତ ମକର ଚାଉଳ ଭୋଗ ଲାଗେ ।

ମକର ପର୍ବ ର ଟୁସୁ ପର୍ବ ଅନ୍ୟତମ । ଟୁସୁ (ରାଧା କୃଷ୍ଣ) ପ୍ରତିମା କୁ ନେଇ ଝିଅ ଓ ବୋହୂ ମାନେ ଟୁସୁ ଗୀତ ଗାଇ ଗାଇ ପ୍ରେତ୍ୟେକ ଘରକୁ ପରିକ୍ରମା କରନ୍ତି , ପରିକ୍ରମା କରିସାରିଲା ପରେ ଅଞ୍ଚଳ ବାସୀ ଏକତ୍ରିତ ହୋଇ ନଦୀରେ ବିସର୍ଜନ କରାଯାଏ । ପୁଣି ମକର ପର୍ବର ବିଭିନ୍ନ ନୃତ୍ୟ ମଧ୍ୟରେ କାଠି ନାଚ ସମସ୍ତଙ୍କ ପାଇଁ ମନ ମୁଗ୍ଧ କରି ଥାଏ । ମକର ସଂକ୍ରାନ୍ତି ରେ ବିଶେଷ କରି ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ନାନା ପ୍ରକାର ପିଠା ଯଥା ମଣ୍ଡା,ଆରିସା,କାକରା ଭଳି ବିଭିନ୍ନ ପ୍ରକାର ପ୍ରସ୍ତୁତ କରାଯାଏ । ସମସ୍ତେ ଆନନ୍ଦରେ ତାହା ସବୁ ଖାଇ ନାଚ ଗୀତରେ ବ୍ୟସ୍ତ ରହନ୍ତି । ମକର ପର୍ବରେ ପ୍ରାୟ ପନ୍ଦରଦିନ ଧରି ପ୍ରତ୍ୟେକ ସହର ଓ ଗ୍ରାମ ଗୁଡିକରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା କରାଯାଏ । ମକର ପର୍ବ ଏକ ଗଣ ପର୍ବ ବୋଲି କହିଥାନ୍ତି । 

0
0
0
s2sdefault