ରୋମାଞ୍ଚକର ମ୍ୟାଚ୍ ରେ ୟୁନିଅନ ସ୍ପୋର୍ଟିଂ କୁ ହରାଇ ଏମ୍.ଏମ୍.ସି.ସି ସମ୍ବଲପୁର ଦ୍ୱିତୀୟ ଦଳ ଭାବରେ ସେମିଫାଇନାଲରେ
ପଦ୍ମପୁର:- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଆଜି ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଓ ଏମ୍.ଏମ୍.ସି.ସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ପ୍ରଥମେ କଟକ ଦଳ ଟସ୍ ଜିଣି ବ୍ୟାଟିଂ କରି ୨୧.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୧ ରନ୍ ସଂଗ୍ରହ କରିଥିଲା । କଟକ ଦଳରୁ ବିନାୟକ ସାହୁ ସର୍ବାଧିକ ୪୩ ରନ କରିଥିଲେ।ପ୍ରତିଜବାବ ରେ ସମ୍ବଲପୁର ଦଳ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୯ ୱିକେଟ ହରାଇ ୧୧୬ ରନ ସଂଗ୍ରହ କରି ୧ ୱିକେଟ ବିଜୟୀ ହୋଇ ସମ୍ବଲପୁର ଦଳ ସେମିଫାଇନାଲ ମ୍ୟାଚ ରେ ପ୍ରବେଶ କରିଛି।ସମ୍ବଲପୁର ଦଳ ପକ୍ଷରୁ ୱାଲ୍ଟର ଟପ୍ପୁ ୩୮ ରନ କରିଥିଲେ। ଆଜିର ମ୍ୟାଚ ରେ ସମ୍ବଲପୁର ଦଳର ଦୀନ ଦାଶ ୧୭ ରନ ରେ ୪ ଗୋଟି ଉଇକେଟ ନେଇଥିଲେ । ଆଜି ତୃତୀୟ ଦିନ ର ପୁରସ୍କାର ବିତରଣୀ ଅବସରରେ ଅତିଥି ଭାବରେ ପଦ୍ମପୁର ବସ ମାଲିକ ସଂଘର ସଦସ୍ୟ ଭକ୍ତହରି ମେହେର ଓ ଶିଶୁପାଳ ଦାଶ ଯୋଗଦାନ କରି ଦିନ ଦାଶ ଙ୍କୁ ମେନ ଅଫ୍ ଦି ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ଆମ୍ପାୟାର୍ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ। ଆସନ୍ତାକାଲି ମଙ୍ଗଳବାର ରାଉରକେଲା ଓ ଏମ୍ ଏମ୍ ସି ସି ସମ୍ବଲପୁର ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।








