ପଦ୍ମପୁର / ଶିବାଶିଷ ପଟ୍ଟନାୟକ :- ବୁଧାପାଲି ଠାରେ ଚାଲିଥିବା ୧୩ତମ ଭିଏସଏସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବୁଧାପାଲି ଦଳକୁ ହରାଇ ଭେଉଁରିଆ ଦଳ ଚମ୍ପିୟାନ ହୋଇଛନ୍ତି। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଟଙ୍କଧର ସାହୁ ମୁଖ୍ୟଅତିଥି ରୂପେ ଏବଂ ଦୁଷ୍ମନ୍ତ ପଟେଲ, ମନୋଜ ମହାନନ୍ଦ, ଡୋଲାମଣି ପଟେଲ, ସତ୍ୟ କୁମାର ତଉରଇଆ, ଧବଳେଶ୍ଵର ଭୋଇ, ସପ୍ନେଶ୍ବର ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ନଗଦ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରିଥିଲେ। ଭେଉଁରିଆ ଦଳର ସଚିନ ମେନ ଅଫ ଦି ମ୍ୟାଚ ଓ ବୁଧାପାଲି ଦଳର ରାଜାଙ୍କୁ ମେନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଆଜିର ମ୍ୟାଚରେ ଦିଲୀପ ଭୋଇ ଓ ସନମ ସାହୁ ଅମ୍ପ୍ୟାରିଂ ଏବଂ ବାବୁ ଓ ଶୁଭମ ସ୍କୋରିଂ ଦାୟିତ୍ଵ ତୁଲାଇଥିଲେ। ବିକାଶ ଓ ଦିଲୀପ ଧାରାବିବରଣୀ ପ୍ରଦାନ କରିଥିଲେ। ଭିଏସଏସ କ୍ଳବର ମିଥୁନ, ଆଦିତ, କୈଳାସ, ବିକାଶ, ତୁଲସୀ, ପଦ୍ମନ, ଅନୀଲ, ବସୁ, ଦୁଷ୍ମନ୍ତ, ଗୁପ୍ତା, ସମିର ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ l ଶେଷରେ ସଭାପତି ଲୋକନାଥ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଭିଏସଏସ କପ କ୍ରିକେଟ: ଭେଉଁରିଆ ଚମ୍ପିୟାନ
- Hits: 203








