ହେଡଲାଇନସ୍:

ବିଭିନ୍ନ ସ୍ଥାନରେ ପରିଭ୍ରମଣ କଲା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ ଭକ୍ତିର ମହକରେ ମହକିତ ହୋଇଛି ତୁଳସୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ କେନ୍ଦ୍ରାପଡ଼ାବାସୀ ସମର୍ପି ଦେଉଛନ୍ତି ଅକ୍ଷତ ଅରୁଆ ଚାଉଳ ଓ ଗୁଆ । ଶ୍ରଦ୍ଧାର ସହ ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ ଗାଁ ଦାଣ୍ଡକୁ ମୁରୁଜ ଓ ଚିତା ପକାଇ ସଜାଇ ରଖିଛନ୍ତି । ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ଜୟ ଜଗନ୍ନାଥ ଶବ୍ଦରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ଭାବ ଭକ୍ତିର ପରିବେଶ ।
ଡେରାବିଶ ବ୍ଲକ୍‌ର ବାରିମୂଳ, ହରିଅଙ୍କ,ଚାନ୍ଦୋଳ ଆଦି ଗ୍ରାମ ପଂଚାୟତରେ ଆଜି ଭ୍ରମଣ କରିଛି ‘ଅର୍ପଣ ରଥ ।ଆଜିର ଏହି କାର୍ଯ୍ୟକ୍ରମରେ ବାରିମୂଳ ପଞ୍ଚାୟତର ସରପଞ୍ଚ କଳ୍ପନା ବେହେରା, ସରପଞ୍ଚଙ୍କ ପ୍ରତିନିଧି ସୁଧଦେବ ବେହେରା, ପିଇଓ ବାଉରୀ ବନ୍ଧୁ ପ୍ରଧାନ, ଜିଆର ଏସ ନମିତା ପଣ୍ଡା,ସମିତି ସଭ୍ୟ ସରୋଜ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
ସୂଚନାଯୋଗ୍ୟ ଯେ, ସଂଗ୍ରହ କରାଯାଇଥିବା ଅକ୍ଷତ ଓ ଗୁଆ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀକ୍ଷେତ୍ର ପୁରୀକୁ ନିଆଯିବ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯିବ ।

0
0
0
s2sdefault