ହେଡଲାଇନସ୍:

ମୋହନା ହିଲ୍ ଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ - ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ନୂଆଁ- ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ସିମାଞ୍ଚଳ ସାହୁ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ। ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ କୁମାର ଭୂୟାଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷାବିତ୍ ମାର୍ଶାଲ ନାୟକ , ସମ୍ମାନୀତ ଅତିଥି ମୋହନା ସରପଞ୍ଚ ସୁନୀତା ମଲ୍ଲିକ , ଡିଗ୍ରୀ କଲେଜ ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତି , ସାମ୍ବାଦିକ ସଂଘ ସଭାପତି ପଞ୍ଚାନନ ଦାଶ , ବରିଷ୍ଠ ସାମ୍ବାଦିକ ଗଣେଶ ବିଷୋୟୀ , ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ାକ୍ତର ରାଧାରମଣ ମହାନ୍ତି , +୩ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ , ଶିକ୍ଷାବିତ ପ୍ରଶାନ୍ତ ବୀର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ନିର୍ଭରଶୀଳ ହୋଇ ଭବିଷ୍ୟତ ଗଠନ କରିବା , ନିଜ ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ବିଚ୍ୟୁତ ନ ହୋଇ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରି ରାଜ୍ୟ ଓ ଦେଶରେ ନିଜ ନାମ ଟେକ ରଖିବା ପାଇଁ ଓଡ଼ିଶାରେ ଏଭଳି ଯୋଜନା କାର୍ଯ୍ୟକାରୀ କରିଥିବା ପ୍ରକାଶ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ନୋଡାଲ ଅଧିକାରୀ ଅନୀଲ ତ୍ରିପାଠୀ , ଅଧ୍ଯାପକ ଏସ. ରମେଶ , ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ , ନୀଳାଞ୍ଚଳ ରଥଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗ୍ରନ୍ଥାଗାରିକ ଗୋପାଳ ଚନ୍ଦ୍ର ପଟ୍ଟନାୟକ।

0
0
0
s2sdefault