ହେଡଲାଇନସ୍:

ମୋହନାରେ ରାମ ମନ୍ଦିର ଅକ୍ଷତ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗଜପତି ଜିଲ୍ଲା ମୋହନାରେ ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ହନୁମାନ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ମୋହନାର ସମସ୍ତ ସାହିର ପ୍ରତ୍ୟେକ ଘରକୁ ଘର ଯାଇ ଅକ୍ଷତ ଦିଆଯାଇଛି। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ରାମ , ଲକ୍ଷ୍ମଣ ଓ ହନୁମାନ ବେଶ ଧାରଣ କରି ବଜାର ପରିକ୍ରମା କରିଛନ୍ତି। ଆସନ୍ତା ୨୨ ରେ ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ଭଗବାନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରତ୍ୟେକ ଗାଁରେ ଅକ୍ଷତ ଓ ନିମନ୍ତ୍ରଣ ପ୍ରଦାନ କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତରଣିସେନ ଦାସ , ଆରଏସଏସ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍ , ଅମୂଲ୍ୟ ପାତ୍ର , ପ୍ରଶାନ୍ତ ସୁବୁଦ୍ଧି , ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଆରତି ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।

0
0
0
s2sdefault