ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଳପଡିଆ ଠାରେ ଚାଲିଥିବା ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଆଜି ଦ୍ବିତୀୟ ଦିବସରେ ସେଲ ରାଞ୍ଚି ଓ ଆର୍.ୱାଇ.ସି.ସି ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ପ୍ରଥମେ ରାଞ୍ଚି ଦଳ ଟସ୍ ଜିଣି ରାଉଲକେଲା ଦଳ କୁ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା। ରାଉରକେଲା ଦଳ ୨୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ରାଉଲକେଲା ଦଳ ତରଫରୁ ଅଶୋକ ବାରିକ ୩୫ ରନ ଓ ସତୀଶ ମିଞ୍ଜ ୩୭ ରନ ସଂଗ୍ରହ
କରିଥିଲେ।ପ୍ରତିପକ୍ଷ ରେ ରାଞ୍ଚି ଦଳ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଫଳରେ ରାଉରକେଲା ଦଳ ରାଞ୍ଚି କୁ ହରାଇ ଗୃପ ଏ ରେ ରାଉରକେଲା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଆଜିର ମ୍ୟାଚ ରେ ରାଉରକେଲା ଦଳର ଆଶିଷ ମିତ୍ର ୪ ଗୋଟି ୱିକେଟ ନେଇ ଖେଳକୁ ଆକର୍ଷିତ କରିପାରିଥିଲେ । ଆଜି ଦ୍ବିତୀୟ ଦିନ ର ପୁରସ୍କାର ବିତରଣୀ ଅବସରରେ ଅତିଥି ଭାବରେ ପଦ୍ମପୁର ଆଦର୍ଶ ଥାନା ର ଅଧିକାରୀ ମମତା ନାୟକ ଯୋଗଦାନ ଦେଇ ରାଉଲକେଲା ଦଳର ଆଶିଷ ମିତ୍ର ଙ୍କୁ ମେନ ଅଫ ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ମ୍ୟାଚ କୁ ଆମ୍ପାୟର ଚୂଡ଼ାମଣି ପାଢ଼ୀ ଓ ଅନୀଲ ଦାଶ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ , ଏସ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତାକାଲି ୟୁନିୟନ ସ୍ପୋର୍ଟିଂ କଟକ ଓ ଏମ୍.ଏମ୍.ସି.ସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।
ରାଜ୍ୟ
୨୮ ତମ ସର୍ବଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେଲ ରାଞ୍ଚିକୁ ହରାଇ ରାଉରକେଲା ସେମିରେ
- Hits: 209








