ହେଡଲାଇନସ୍:

ଆନନ୍ଦ ଉଲ୍ଲାସର ସହିତ ରାମକୃଷ୍ଣପୁର - ବରାଦୋ - କଳମିଶ୍ରି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନୂତନ ଉନ୍ମାଦନାର ସ‌ହ ଜଗନ୍ନାଥ ପ୍ରେମୀ ମାନେ ପ୍ରତ୍ୟେକ ଗ୍ରାମ ଓ ପଢ଼ାରେ ଜଗନ୍ନାଥ ରଥ ଅନୁରୂପ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ନିଜକୁ ଜଗନ୍ନାଥଙ୍କ ସେବାରେ ହଜାଇ ଦେଇଛନ୍ତି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର, ବରାଦୋ-କଲମିଶ୍ରି ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ଭବ୍ୟ ସମାରୋହରେ ପରିକ୍ରମା ହୋଇଯାଇଛି l ଗ୍ରାମ ବାସୀମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ନିଜ ଘରୁ ଅକ୍ଷତ ଅରୁଆ ଚାଉଳ ଏବଂ ଗୋଟିଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ l ଏପରିକି କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ପାଟୁଆ, ଘୋଡା ନାଚ, ଲଉଡି ଖେଳ, ଓଡିଶୀ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ଜଗନ୍ନାଥ ଧାମରେ ପରିଣତ କରିଥିଲା l ରାମକୃଷ୍ଣପୁର ପଞ୍ଚାୟତରେ ସରପଞ୍ଚ ଭାରତୀ ସ୍ୱାଇଁ ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ଅଧକ୍ଷା ସବିତା ଓଝା,ସମିତିସଭ୍ୟା ନର୍ମଦା ରାଉତ,ସମାଜସେବୀ ମନୋରଞ୍ଜନ ସ୍ୱାଇଁ, ଜ୍ଞାନରଞ୍ଜନ ରାଉତ, ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲା ପରିଷଦ ବିପ୍ଳବ କାପ, ଯୁବନେତା ମନୋଜ ସେଠି,ପ୍ରମୋଦ ସ୍ୱାଇଁ ଙ୍କ ସମେତ ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଥିଲା l ସେହିପରି ଭାବେ ବରାଦୋ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ନୃସିଂହ ଚରଣ ବିଶ୍ୱାଳ ଙ୍କ ନେତୃତ୍ୱରେ ପ୍ରାକ୍ତନ ବ୍ଲକ ଅଧକ୍ଷା ସବିତା ଓଝା, ସମିତିସଭ୍ୟା ଶୁଭଶ୍ରୀ ସାହୁ, ସମାଜସେବୀ ବଳରାମ ସାହୁ, ମଧୁସୂଦନ ସେଠି, ରତ୍ନାକର ବିଶ୍ୱାଳ, ପ୍ରମୋଦ କୁମାର ଦାଶ, ଆଶିଷ ନନ୍ଦ,ବ୍ରହ୍ମାନନ୍ଦ ରାଉତ, ଅଭୟ କୁମାର ରାଉତ, ସୁରେନ୍ଦ୍ର ସାମଲ ଙ୍କ ସମେତ ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଥିଲା l ସେହିପରି ଭାବେ କଳମିଶ୍ରି ପଞ୍ଚାୟତରେ ସରପଞ୍ଚ ଅନନ୍ତ କର ଙ୍କ ନେତୃତ୍ୱରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଥିଲା ବେଳେ ସମିତିସଭ୍ୟା ସୌଦାମିନୀ ବିଶ୍ୱାଳ, ପିଇଓ ଦିଲ୍ଲୀପ ମହନ୍ତ, ମିତାଲି ଦାସ, ବିଭୁତି ସ୍ୱାଇଁ, ପ୍ରମୋଦ ନାୟକ, ବିଶ୍ୱଜିତ ପରିଡା, ହେମନ୍ତ ରଥ, ମଙ୍ଗୁଳି ଲେଙ୍କା ଙ୍କ ସମେତ ପଞ୍ଚାୟତର ସମସ୍ତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଥିଲା l

0
0
0
s2sdefault